ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ ଉଦଘାଟିତ

ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ – ୨୦୨୪ ବିଶିଷ୍ଟ ବାଗ୍ମୀ ଓ ଭାଷାତତ୍ତ୍ବବିତ୍ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ସାଂସ୍କୃତିକ ପରିଷଦ ର ସଭାପତି ତଥା ଜିଲ୍ଲାପାଳ ପାରୁଲ ପଟାୱାରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡଃ ରାଜଶ୍ରୀ ମଲ୍ଲୀକ, ପୋୖରାଧକ୍ଷ୍ୟା ଅର୍ଚ୍ଚନା ସିଂ ପ୍ରମୁଖ ଯୋଗ ଦେଇ ପୁସ୍ତକ ମେଳା କୁ ଉଦଘାଟନ କରିବା ସହିତଜଗତସିଂହପୁର ପୁସ୍ତକ ମେଳା ରାଜ୍ୟର ଅନ୍ୟ ପୁସ୍ତକ ମେଳା ଠାରୁ ସ୍ବତନ୍ତ୍ର ଓ ଅନନ୍ୟ ।ପୁସ୍ତକର ବିଲୁପ୍ତି ନାହିଁ କିମ୍ବା ପୁସ୍ତକର ଶେଷ ନାହିଁ । ମା ଶାରଳାଙ୍କ ମାଟିର ସଂସ୍କୃତି, ସଭ୍ୟତା ଓ ସାହିତ୍ୟ ଉଚ୍ଚକୋଟୀର । ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଛି । କିନ୍ତୁ ଆମକୁ ପୁସ୍ତକ ମନସ୍କ ହେବାକୁ ପଡିବ । ଶିକ୍ଷା ହେଉଛି ମଣିଷ ଜୀବନର ପୂର୍ଣ୍ଣତାର ମାପକାଠି । ସାହିତ୍ୟ ଓ ସମାଜ ପରସ୍ପର ପରିପୂରକ । ସାହିତ୍ୟ ହିଁ ସମାଜର ଦର୍ପଣ ସଦୃଶ୍ୟ ବୋଲି ଅତିଥିମାନେ କହିଛନ୍ତି ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *