ରଜତ ଜୟନ୍ତୀ ଅନୁଷ୍ଠିତ

ବସ୍ତା ବ୍ଲକ ଅନ୍ତର୍ଗତ ନାଈକୁଡ଼ି ପଞ୍ଚାୟତ ନାଡବଣୀ ଗ୍ରାମର ମା ମନସା କ୍ଲବ ର ରଜତ ଜୟନ୍ତୀ ଅନୁଷ୍ଠିତ ହୋଇଅଛି. ଏହି କ୍ଲବ୍ ରେ ମା ସରସ୍ବତୀଙ୍କର ପୂଜା ଅର୍ଚନା କରିବା ସହିତ ଏହି କ୍ଲବ ମାଧ୍ୟମରେ କୁନି କୁନି ପିଲା ମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଚିତ୍ରାଙ୍କନ, ଝୁଟି ପ୍ରତିଯୋଗିତା ହୋଇଥିଲା. ଏଥିରେ କୃତି ପ୍ରତିଯୋଗି ମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା. ଏବଂ ଏଥିରେ ମୁଖ୍ୟ ଅତିଥି ଭାବରେ ଯୁବ ସାମ୍ବାଦିକ ବିଷ୍ଣୁପଦ ପତି, ମୁଖ୍ୟ ବକ୍ତା ଭାବେ ସମାଜସେବୀ ଖଗେନ୍ଦ୍ର କୁମାର ନାୟକ, ସମାନିତ ଅତିଥି ଭାବେ ହରିହର ସାହୁ, ପଦ୍ମଲୋଚନ ସାହୁ, ସଂଜୀବ ନାୟକ .ସଭାପତିତ୍ବ କରିଥିଲେ ମା ମନସା କ୍ଲବ ର ସଭାପତି ସୁଶାନ୍ତ ଜେନା ଏବଂ ଏହି କାର୍ଯ୍ୟକମ 14 ତାରିଖ ରୁ ଆରମ୍ଭ ହୋଇ 18 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଭାପତି ଶ୍ରୀ ଜେନା କହିଥିଲେ. ଏହି କାର୍ଯ୍ୟକ୍ରମକୁ ପରିଚାଳନା ମା ମନସା କ୍ଲବ ର ସମସ୍ତ ସଦସ୍ୟ ବୃନ୍ଦ. ଶେଷରେ ଧନ୍ୟବାଦ ଦେଇଥିଲେ କୋଷଧକ୍ଷ ସନ୍ୟାସୀ ଜେନା.

Leave a Reply

Your email address will not be published. Required fields are marked *