ସିନାପାଲି ବ୍ଲକସ୍ତରୀୟ ଡମଗଣା କଲ୍ୟାଣ ସମିତି ଗଠନ
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ପଲସାପଡ଼ା ଧାନମଣ୍ଡି ଗୃହ ଠାରେ ସିନାପାଲି ବ୍ଲକ ସ୍ତରୀୟ ଡମଗଣା କଲ୍ୟାଣ ସମିତି ଗଠନ ହୋଇଯାଇଛି। ଏହି ଅବସର ରେ ସମାଜ ର ବରିଷ୍ଠ ସମାଜ ସେବୀ ମହେନ୍ଦ୍ର ସୁନାନୀ ଙ୍କ ସଭାପତିତ୍ବ ଅନୁଷ୍ଠିତ ବୈଠକ ରେ ନୂତନ କମିଟି ଗଠନ କରାଯିବା ସହ ସମାଜ ର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଏହି ନୂତନ ସମିତି ର ସଭାପତି ଭାବରେ କୈଳାସଚନ୍ଦ୍ର ବାଗ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବରେ ୩ ଗୋଟି ଜୋନ ରୁ ୩ ଜଣ ଉପସଭାପତି ମନୋନୀତ ହୋଇଥିଲେ । ୧୨ ନମ୍ବର ଜୋନ ରୁ ନବୀନ କୁମାର ବାଗ,୧୩ ନମ୍ବର ଜୋନ ରୁ ପଦ୍ମନାଭ ଜଗତ,୧୪ ନମ୍ବର ଜୋନ ରୁ ସନ୍ତୋଷ ବାଗ ମନୋନୀତ ହୋଇଥିଲେ। ସମ୍ପାଦକ ଭାବରେ ପ୍ରଶାନ୍ତ କୁମାର ଜଗତ, ଯୁଗ୍ମ ସମ୍ପାଦକ ବାଲାଜୀ ସୁନାନୀ, କୋଷାଧ୍ୟକ୍ଷ ଖଗେଶ୍ବର ନିଆଲ ମନୋନୀତ ହୋଇଥିବା ବେଳେ ସଦସ୍ୟ ଭାବରେ ଦ୍ରୋପଦି ତାଣ୍ଡି, ସଞ୍ଜୁ ଜଗତ, ସୁରେନ୍ଦ୍ର ସୁନାନୀ, ବାସୁଦେବ ବାଗ, ରାଧେଶ୍ୟାମ ସୁନାନୀ, କେଦାରନାଥ ସୁନାନୀ ସମିତି ରେ ନୂତନ ଭାବରେ ମନୋନୀତ ହୋଇଥିଲେ। ଏହି ସମିତି ସିନାପାଲି ଅଞ୍ଚଳ ର ସମାଜ ପାଇଁ କାମ କରିବା ସହ ସମାଜ କୁ ମୂଳସ୍ତର ରୁ ସୁଦୃଢ଼ କରିବ ବୋଲି ପ୍ରକାଶ କରିଥିଲେ। ବୈଠକ ପୂର୍ବରୁ ସମାଜ ର ସମସ୍ତ ବରିଷ୍ଠ କର୍ମକର୍ତ୍ତା ଯୋଗଦାନ କରି ପ୍ରଥମେ ବାବା ସାହେବ ଆମ୍ବେଦକର ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହେଇଥିଲା
ନୂଆପଡା ଜିଲ୍ଲା ରୁ କାର୍ତ୍ତିକ ମହାନନ୍ଦ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

