ଶିରିଡି ସାଇ ମନ୍ଦିର ସ୍ଵନକ୍ଷତ୍ର ଉତ୍ସବ
ଶିରିଡି ସାଇ ମନ୍ଦିର ସ୍ଵନକ୍ଷତ୍ର ଉତ୍ସବ।
ଏରସମା :ଏରସମା ବ୍ଲକ୍ ନୂଆଡିହି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମ ଶ୍ରୀ ଶିରିଡି ସାଇ ମନ୍ଦିରର ପଞ୍ଚମ ସ୍ଵନକ୍ଷତ୍ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି।ସାଇବାବା ଟ୍ରଷ୍ଟ ଦଶିପୁର ଆନୁକୂଲ୍ୟରେ ଆୟୋଜିତ ଚାରିଦିନ ବ୍ୟାପି ଉତ୍ସବର ବିଭିନ୍ନ ଦିବସରେ ଅଙ୍କୁରାରୋପଣ,ମଧୁଆ ଗଣ୍ଡରୁ କଳସ ଶୋଭାଯାତ୍ରା,ସୂର୍ଯ୍ୟପୂଜା,ଯଜ୍ଞ ପୂର୍ଣ୍ଣାହୁତି ଓ ସାଇ ନଗର ପରିକ୍ରମା ଅନୁଷ୍ଠିତ ହୋଇଛି।ଯଜ୍ଞ ପୂର୍ଣ୍ଣାହୁତି ସନ୍ଧ୍ୟାରେ ବିଭିନ୍ନ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ତପନ କୁମାର ସ୍ୱାଇଁ ଓ ରାଜଲକ୍ଷ୍ମୀ ସ୍ଵାଇଁ କର୍ତ୍ତା ଓ କର୍ତ୍ରି ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ।ଉତ୍ସବରେ ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,କଂଗ୍ରେସ ନେତା ଇଂ ନଳିନୀ ସ୍ଵାଇଁ, ଜିଲ୍ଲା ପରିଷଦ ସଭ୍ୟ ପିତବାସ ଗଛାୟତ,ନୀରଞ୍ଜନ ଖୁଣ୍ଟିଆ,ସରପଞ୍ଚ ବ୍ରଜକିଶୋର ପ୍ରଧାନ,ସମିତି ସଭ୍ୟ ବିଧୂଭୁଷଣ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ।ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସନ୍ଧ୍ୟା ଓ ପାଲା ପରିବେଷଣ କରାଯାଇଥିଲା।ପ୍ରଦିପ୍ତ କୁମାର ଦାସ, ପ୍ରାଣକୃଷ୍ଣ ନାୟକ,ସନ୍ତୋଷ ଦାଶ,ଗଙ୍ଗାଧର ବସନ୍ତିଆ,ଧିରେନ୍ଦ୍ର ଦାସ,ମାନସ ମହାପାତ୍ର,ପ୍ରକାଶ ସ୍ଵାଇଁ,ସୁଶାନ୍ତ ସ୍ଵାଇଁ,ସମିର ଲେଙ୍କା,ଉଲ୍ଲାସ ଦାସ ଓ ଇଶ୍ଵର ଦାସଙ୍କ ସମେତ ଗ୍ରାମବାସୀ ମାନେ ଉତ୍ସବ ପରିଚାଳନା କରିଥିଲେ।
