ଶିରିଡି ସାଇବାବାଙ୍କ ୧୧ତମ ବାର୍ଷିକ ଉତ୍ସବ ଓ ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ

– ଜଗତସିଂହପୁର ଗୋପାଳସାଗର ସ୍ଥିତ ଶିରିଡି ସାଇ ମନ୍ଦିର ର ୧୧ତମ ବାର୍ଷିକ ଉତ୍ସବ ଓ ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏକ ଶୁସଜିତ ପାଲିଙ୍କି ରେ ବାବାଙ୍କର ଚଳନ୍ତି ପ୍ରତିମା ସହର ପରିକ୍ରମା କରିଥିଲା । ଶ୍ରୀ ସାଇନାଥ ମହାରାଜ ଏହି କାର୍ଯ୍ୟକ୍ରମ ରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ଥିଲେ । ଆସନ୍ତା କାଲି ଗୁରୁ ପୂର୍ଣ୍ଣିମା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପାଞ୍ଚ ଦିନ ଧରି ଚାଲି ଥିବା ଏହି କାର୍ଯ୍ୟକ୍ରମ ରେ ପ୍ରତିଦିନ ସୂର୍ଯ୍ୟ ପୂଜା, ବିଶ୍ୱଶାନ୍ତି ମହାଯଜ୍ଞ ରେ ଆହୁତି ପ୍ରଦାନ, ସାଇ ଗାୟତ୍ରୀ ନାମ ଓ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ବୋଲି ସାଇ କମିଟି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *