ଓଁକାର ବିଦ୍ୟାମନ୍ଦିରରେ ନିଆରା ଢଙ୍ଗରେ ଶିଶୁ ଦିବସ ପାଳିତ
ଓଁକାର ବିଦ୍ୟାମନ୍ଦିରରେ ନିଆରା ଢଙ୍ଗରେ ଶିଶୁ ଦିବସ ପାଳିତ।
ଧର୍ମଶାଳା — ଏମିତି ଏକ ସୁନ୍ଦର କାଯ୍ୟକ୍ରମ ଦେଖିବାକୁ ମିଳିଛି, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ନୂଆଗାଁ ଠାରେ ଥିବା ଓଁ କାର ବିଦ୍ୟାମନ୍ଦିରରେ ! ସୂଚନା ଅନୁଯାୟୀ ଆଜି ଶିଶୁ ଦିବସ ପାଳିତ ଅବସରରେ,ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା କୁନି କୁନି ପିଲା ମାନଙ୍କୁ ନେଇ ନାଚ ଗୀତ ପ୍ରତି ଯୋଗୀତା ଅନୁଷ୍ଠିତ ହୋଇ ଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ର ବିଜେପି ଯୁବ ସଂଗଠକ ଦୃଯ୍ୟୋଧନ ବେହେରା ଯୋଗ ଦେଇଥିବା ବେଳେ,ବିଦ୍ୟାଳୟର ପ୍ରଧାନ ଗୁରୁମା ଉଷରାଣୀ ଦାସ ସଭାପତିତ୍ୱ କରିଥିଲେ ! ତେବେ ଛୋଟ ଛୋଟ ପିଲା ମାନଙ୍କ ପ୍ରତିଭା ଦେଖି ଅତିଥି ମାନେ ଆନନ୍ଦିତ ହେବା ସହ ସେମାନେ କିପରି ଆହୁରି ଆଗକୁ ବଢି ନାଚ ଗୀତ ଓ ଶିକ୍ଷା କ୍ଷେତ୍ରରେ ନାମ ଅର୍ଜନ କରି ପାରିବେ ତାଙ୍କ ଭିତରେ ଉତ୍ସାହ ପ୍ରଦାନ କରିଥିଲେ ! ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଓଁକାର ବିଦ୍ୟାମନ୍ଦିର ସସ୍ମିତା ସାମଲ, ସସ୍ମିତା ଦାସ,ସସ୍ମିତା ନାୟକ ମମତା ଦାସ,ନିକିତା ସ୍ୱାଇଁ ଓ ଚିନ୍ମୟୀ ଜେନା ଯୋଗ ଦେଇ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ !ଶେଷରେ
ବିଦ୍ୟାଳୟ ର ପ୍ରତିଷ୍ଠାତା ଅସିତ କୁମାର ସାମଲ ଧନ୍ୟବାଦ ଅର୍ପଣକରି ଥିଲେ !
