ଶିଶୁ ମହୋତ୍ସବ

ନିମାପଡ଼ା ଏସ୍ ପି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଓ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଦ୍ଵାରା ପରିଚାଳିତ ପ୍ରଥମ ଜିଲ୍ଲାସ୍ତରୀୟ ୨ ଦିନିଆ ଶିଶୁ ମହୋତ୍ସବ ଉଦଯାପିତ ହୋଇଯାଇଛି। ବିଜୁ ପଟ୍ଟନାୟକ ଏନ ଏ ସି କଲ୍ୟାଣ ମଣ୍ଡପ ଠାରେ ଆୟଜିତ ଶିଶୁ ମହୋତ୍ସବ ଓ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମାଇନିଂ କର୍ପୋରେସନ ପ୍ରଶାସନିକ ନିର୍ଦ୍ଦେଶକ ଅଶୋକ କୁମାର ବେହେରା, ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଉପଦେଷ୍ଟା କ୍ଷିରୋଦ କୁମାର ରାୟ ମହାପାତ୍ର, ବିଶିଷ୍ଟ କ୍ରୀଡାବିତ୍ ଆୟଶକନ୍ତ ମିଶ୍ର, ବାଣିଶ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼କ୍ଟର ଜ୍ୟୋସ୍ନାରାଣୀ ବସ୍ତିଆ, ଏସ୍ ପି ଫାଉଣ୍ଡେସନ ର ଅଧ୍ୟକ୍ଷ କ୍ୟାପଟେନ ଶ୍ୱେତପର୍ଣ୍ଣ ରାୟ ମହାପାତ୍ର, ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଅଧ୍ୟକ୍ଷା ମୋନାଲିସା ନାୟକ ପ୍ରମୁଖ ଯୋଗଦେଇ କୋମଳମତି ଶିଶୁମାନଙ୍କ ଅନ୍ତନିହିତ ଗୁଣାବଳିର ପରିପ୍ରକାଶ, ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ବୌଦ୍ଧିକ ଜ୍ଞାନ କଳାକୁ ଉଜ୍ଜିବିତ କରିବା ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ, ନୃତ୍ୟ, ସଂଗୀତ, ଚିତ୍ରାଙ୍କନ, ରଚନା, ବକୃତା, ଫ୍ୟାସନ୍ ଶୋ ଆଦି ପ୍ରତିଯୋଗିତା ରେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ପ୍ରାୟ ୩୫ରୁ ଉର୍ଦ୍ଧ୍ବ ସ୍କୁଲ ଓ ମହାବିଦ୍ୟାଳୟ ରୁ ୪୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ୧୦୦ କୃତୀ ପ୍ରତିଯଗୀମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ମଞ୍ଚାସିନ ଅତିଥିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଚାରକ ଭାବେ ନିର୍ମଳ କୁମାର ମିଶ୍ର, ଅୟଶକାନ୍ତ ମିଶ୍ର, ତ୍ରିଲୋଚନ ଦାଶ, ପୁଷ୍ପଲତା ନାୟକ, ପ୍ରଦୀପ୍ତ କୁମାର ମଲ୍ଲିକ, ଶୁଭଲକ୍ଷ୍ମୀ ଦାଶ (ପ୍ରଚ୍ଛଦ ପଟ ଗାୟିକା), ସୁବାଷ ସାମନ୍ତରାୟ, ଶ୍ରୀୟଶ୍ରୀ ପଟ୍ଟନାୟକ (ନୃତ୍ୟଗୁରୁ) ଉପସ୍ଥିତ ଥିବାବେଳେ ନାଟ୍ୟ ନିର୍ଦ୍ଦେଶକ ନିରଞ୍ଜନ ପଳତା ଉତ୍ସବର ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *