ରଘୁନାଥପୁର ବିଇଓ କାର୍ଯ୍ୟାଳୟ ରେ ଅଚଳଅବସ୍ଥା
ରଘୁନାଥପୁର ବିଇଓକାର୍ଯ୍ୟାଳୟ ରେ ଅଚଳଅବସ୍ଥା।ନୂତନ ବିଇଓ ନିଯୁକ୍ତି କେବେ?ରଘୁନାଥପୁର ତା ୧୮/୧୨:-ଶିକ୍ଷାବିଭାଗ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏଥିରେ ସୁଧାର ଆଣିବାପାଇଁ ସରକାର ଯୋଜନାଉପରେ ଯୋଜନା ପ୍ରସ୍ତୁତ କରୁଛନ୍ତି।ହେଲେ ଏହି ବିଭାଗ ରେ ବହୁପଦିବୀ ଖାଲିପଡିଥିଲେ ମଧ୍ୟ ଏଥିରେ ସୁଧାର ଆସିପାରୁନଥିବାରୁ ଅନେକ ସମୟରେ କାର୍ଯ୍ୟାଳୟ ଗୁଡିକ ରେ ଅଚଳ ଅବସ୍ଥା ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବିଇଓ କାର୍ଯ୍ୟାଳୟ ରେ। ଏଠାରେ ଥିବା ବିଇଓ ବିଜୟ କୁମାର ସ୍ଵାଇଁ ଗତ ଏପ୍ରିଲ ମାସରେ ଅବସର ନେବାପରେ ପ୍ରାୟ ୯ମାସ ରୁ ଉର୍ଦ୍ଧ୍ୱ ହେବ ଏହିକାର୍ଯ୍ୟାଳୟ ରେ ବିଇଓ ପଦବୀ ଖାଲିପଡିଥିବାରୁ ଜଗତସିଂହପୁର ପୁର ବିଇଓ ଦାୟିତ୍ୱ ରେ ରହିଛନ୍ତି।ତାୟୀତ୍ବରେଥିବା ବିଇଓ ପ୍ରାୟଏଠାକୁ ଆସୁନଥିବାରୁ ଏହିକାର୍ଯ୍ୟାଳୟ ଟି ଏକପ୍ରକାର ଅଚଳ ହୋଇପଡିଥିବା ଦେଖିବାକୁ ମିଳିଛି।ବିଭିନ୍ନ କାର୍ଯ୍ୟପାଇଁ ଦୂରଦୁରାନ୍ତରୁ ଆସୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସାଧାରଣ ଲୋକମାନେ କାର୍ଯ୍ୟାଳୟ ରେ ବିଇଓଙ୍କୁ ନପାଇ ନିରାଶ ରେ ଫେରୁଛନ୍ତି।ସେହିପରି ଏହି କାର୍ଯ୍ୟାଳୟ ରେ ୨ଟି ଅତିରିକ୍ତ ବିଇଓ ପଦବୀ ଖାଲିପଡିଥିଲେ ମଧ୍ୟ ତାହା ତାହାପୁରଣ ହେଉଥିବାରୁ ଏହା ସମସ୍ୟାକୁ ଆହୁରି ଦୁଇଗୁଣ କରିପକାଇଛି।ତେବେ ପ୍ରଶାସନ ଏହି ସମସ୍ୟା ପ୍ରତି ନଜରଦେଇ ତୁରନ୍ତ ନୂତନ ବିଇଓ ଏବଂ ଅତିରିକ୍ତ ବିଇଓ ଙ୍କୁ ନିଯୁକ୍ତି ଦେବାପାଇଁ ଅଞ୍ଚଳବାସୀ ଦାବୀକରିଛନ୍ତି।
