ପୁରୀରୁ ପ୍ରକାଶିତ ଆଧ୍ୟାତ୍ମିକ ପତ୍ରିକା ‘ନୀଳଚକ୍ର ବାନା’ର ଷଷ୍ଠ ବାର୍ଷିକ ଉତ୍ସବ
ପୁରୀ:୨/୧୦: ପୁରୀରୁ ପ୍ରକାଶିତ ଆଧ୍ୟାତ୍ମିକ ପତ୍ରିକା ‘ନୀଳଚକ୍ର ବାନା’ର ଷଷ୍ଠ ବାର୍ଷିକ ଉତ୍ସବ ଏବଂ ପତ୍ରିକାର ପ୍ରତିଷ୍ଠାତା ଆଇନଜୀବୀ ପୂର୍ଣଚନ୍ଦ୍ର ନନ୍ଦଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ ପୁରୀର ପୂର୍ବତନ ବିଧାନସଭା ସଦସ୍ୟ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ। ଡକ୍ଟର କମଳାକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଓଡିଆ ଭାଷା ପ୍ରତିଷ୍ଠାନ, ଓଡ଼ିଶାର ପ୍ରଥମ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ- ମୁଖ୍ୟବକ୍ତା, ସମ୍ମାନନୀୟ ଅତିଥି ଭାବରେ ଡକ୍ଟର ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ, ପ୍ରାକ୍ତନ କୁଳପତି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କର୍ଣ୍ଣେଲ ପ୍ରଫୁଲ୍ଲ କୁମାର ମହାନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ମଧୁସୂଦନ ସିଂହାରୀ, ପ୍ରିୟପତ୍ର ର ସଂପାଦକ ଶ୍ରୀଯୁକ୍ତ ବିପିନ ବିହାରୀ ଦଳାଇ, ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ଶିବ ସୁନ୍ଦର ମିଶ୍ର, ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଦିଗଦର୍ଶନ ପଟ୍ଟନାୟକ, ପୁରୀ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଉମାକାନ୍ତ ନାୟକ ଏବଂ ବିଜେପି ଶରଧାବାଲି ମଣ୍ଡଳର ପୂର୍ବତନ ସଭାପତି ଶ୍ରୀଯୁକ୍ତ ସଞ୍ଜୀବ କୁମାର ମୁଖାର୍ଜୀ ଉପସ୍ଥିତ ରହି ନୀଳଚକ୍ର ବାନା ର ସମୟୋପଯୋଗୀ ପ୍ରକାଶଧ ଏବଂ ଆଧ୍ୟାତ୍ମିକ ଅନୁଭବର ପ୍ରଚାର ପ୍ରସାର ଦିଗରେ ଭୂମିକାକୁ ପ୍ରଶଂସା କରିବା ସହିତ ଏହି ଉତ୍ତମ ପ୍ରୟାସର ଚିନ୍ତାନାୟକ ଆଇନଜୀବୀ ପୂର୍ଣ୍ଣିଚନ୍ଦ୍ର ନନ୍ଦଙ୍କୁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ନୀଳଚକ୍ର ବାନା ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରୀଯୁକ୍ତ ସଦାଶିବ ମିଶ୍ରଙ୍କୁ ନୀଳଚକ୍ର ବାନା ସ୍ୱତନ୍ତ୍ର ଲେଖକ ସମ୍ମାନ, ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କୁ ନୀଳଚକ୍ର ବାନା ସାରସ୍ଵତ ଲେଖିକା ଗୈାରବ ସମ୍ମାନ, କର୍ଣ୍ଣେଲ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ନୀଳଚକ୍ର ବାନା ଲେଖକ ଗୈାରବ ସମ୍ମାନ, ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ନୀଳଚକ୍ର ବାନା ସାରସ୍ଵତ କବୀ ଗୈାରବ ସମ୍ମାନ, ଶ୍ରୀଯୁକ୍ତ ସର୍ବେଶ୍ଵର ଷଡ଼ଙ୍ଗୀ ଏବଂ ଶ୍ରୀମତୀ ଝରଣାରାଣୀ ଦାଶଙ୍କୁ ନୀଳଚକ୍ର ବାନା ସାରସ୍ଵତ ଯୁଗଳବନ୍ଦୀ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ଡ଼ାକ୍ତର ରାନୁ ମିଶ୍ର, ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ଦାଶ

, ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ରଥ, ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ମହାପାତ୍ର, ଶ୍ରୀଯୁକ୍ତ କାଳୀଚରଣ ମିଶ୍ର, ଶ୍ରୀମତୀ ସରୋଜିନୀ ସାହୁ, ଶ୍ରୀମତୀ ରେଣୁକା ମିଶ୍ର, ଶ୍ରୀମତୀ ପୂଜା ପ୍ରଧାନ, ବାକ୍ୟଶ୍ରୀ ବେହେରା, ବିନୋଦିନୀ ଦାସ, ଶ୍ରୀଯୁକ୍ତ ମହେଶ୍ଵର ଜେନା, ଶ୍ରୀମତୀ ଫୁଲରାଣୀ ପାଳଙ୍କୁ ନୀଳଚକ୍ର ବାନା ସାରସ୍ଵତ ସମ୍ମାନ ୨୦୨୫ରେ ସମ୍ମାନିତ କରାଯାଇଥିଲା। ଉତ୍ସବର ପ୍ରାରମ୍ଭରେ ଶ୍ରୀଯୁକ୍ତ ସୁରେଶ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କବିତା ଆସରକୁ ସଂଯୋଜନା କରିଥିଲେ ଆଶାଲତା ପ୍ରଧାନ ଏବଂ ପ୍ରବାସିନୀ ମିଶ୍ର। ପତ୍ରିକାର ସମ୍ପାଦିକା pournamasi devi ଅତିଥିମାନଙ୍କୁ ସ୍ବାଗତ କରିବା ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଶେଷରେ ପତ୍ରିକାର ପ୍ରକାଶକ ରାଜେଶ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ୟାମ ପ୍ରକାଶ ସେନାପତି।ଏହି ଉତ୍ସବରେ ଶତାଧିକ ସାହିତ୍ୟ ପ୍ରେମୀଙ୍କ ସହିତ ପରିବାର ସଦସ୍ୟ ସୁରେଶ ନନ୍ଦ, ବନ୍ଦିତା ଦାଶ, ଚିନ୍ମୟୀ ଦାଶ ଯୋଗଦେଇଥିଲେ।
