କିଶୋରୀ ଓ କିଶୋର ମାନଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ
କିଶୋରୀ ଓ କିଶୋର ମାନଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ।
ତା- ୨୯/୦୧/୨୦୨୫ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ମହିଳା ଓ ଶିଶୁ ବିକାଶ ଦ୍ଵାରା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ”କିଶୋରୀ ବାଳିକା ଓ ବାଳକ ମାନଙ୍କର ଅନ୍ତର୍ନିହିତ ଶକ୍ତି ର ବିକାଶ” ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ କିଶୋରୀ ବାଳିକା ଓ ବାଳକ ମାନଙ୍କ ମଧ୍ୟରେ ବାଲ୍ୟ ବିଭାହ, ମହିଳା ସଶକ୍ତିକରଣ ଓ ଲିଙ୍ଗଗତ ସମସ୍ୟା ଉପରେ ବକ୍ତୃତା,ପ୍ରବନ୍ଧ ,ଚିତ୍ରାଙ୍କନ,ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା।

ପ୍ରତିଯୋଗିତାରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ କିଶୋରୀ ବାଳିକା ଓ ବାଳକ ଭାଗ ନେଇ ଥିଲେ। ପ୍ରତିଯୋଗିତାରେ ଭାଗ ନେଇ ଥିବା ପ୍ରତି ଯୋଗୀ ମାନଙ୍କ ମଧ୍ୟରୁ ବିଜେତା ମାନଙ୍କୁ ମହିଳା ଓ ଶିଶୁ ବିକାଶ କାଶୀପୁର ଦ୍ଵାରା ପୁରସ୍କାର ବିତରଣ କରଯାଇଥିଲା।କାର୍ଯ୍ୟକ୍ରମ ରେ CDPO, ସ୍ୱାସ୍ଥ୍ୟ ବିଭାଗ ର PHEO ,ANM, କାଶୀପୁର ଶିକ୍ଷା ବିଭାଗର ABEO ଏବଂ ମହିଳା ଶିଶୁ ବିକାଶ ବିଭାଗ ର ସମସ୍ତ ସୁପର ଭାଇଜର ଓ ଅଙ୍ଗନବାଡି କର୍ମଚାରୀ ଉପସ୍ଥିତ ରହି କିଶୋରୀ ବାଳିକା ଓ ବାଳକ ମାନଙ୍କୁ ମାନଙ୍କୁ ବାଲ୍ୟବିବାହ, ମହିଳା ସଶକ୍ତିକରଣ ଓ ଲିଙ୍ଗଗତ ସମସ୍ୟା ର କୁ ପ୍ରଭାବ ବିଷୟରେ ବୁଝେଇ ଥିଲେ।
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
