କୃଷି ବିଜ୍ଞାନ କେନ୍ଦ୍ରରେ ଗୋପାଳନ ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ତାଲିମ୍ କାର୍ଯ୍ୟକ୍ରମ

କୃଷି ବିଜ୍ଞାନ କେନ୍ଦ୍ରରେ ଗୋପାଳନ ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ତାଲିମ୍ କାର୍ଯ୍ୟକ୍ରମ
କୃଷି ବିଜ୍ଞାନ କେନ୍ଦ୍ର,ଜଗତସିଂହପୁରଠାରେ କୃଷି ବିଜ୍ଞାନ କେନ୍ଦ୍ର ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମିଳିତ ଉଦ୍ୟମରେ ଗୋପାଳନ ସମ୍ବନ୍ଧରେ ଏକ ୩ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୧୫.୧୦.୨୦୨୫ ତାରିଖରୁ ତାଲିମ ଆରମ୍ଭ ହୋଇ ୧୭.୧୦.୨୦୨୫ ତାରିଖରେ ସଫଳ ଭାବେ ସମ୍ପନ୍ନ ହୋଇଛି। ଏହି ତାଲିମ କାର୍ଯ୍ୟକ୍ରମରେ କୁଜଙ୍ଗ ବ୍ଲକର ୨୦ଜଣ ଗୋପାଳକ ଭାଗ ନେଇଥିଲେ। ପ୍ରଥମ ଦିନ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ ଜୀବନଜିତ୍ ସେନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତାଲିମର ମହତ୍ତ୍ୱ ଏବଂ ଜିଲ୍ଲା କୃଷି ଉନ୍ନତିରେ କୃଷି ବିଜ୍ଞାନ କେନ୍ଦ୍ରର ଭୂମିକା ବିଷୟରେ ଆଲୋକପାତ କରିଥିଲେ। କୁଜଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ-ଡ଼ ଜୟପ୍ରକାଶ ଭଞ୍ଜ ଗୋପାଳନରେ ଡାଇରି ଫାର୍ମରେ ଦୌନଦିନ ଚର୍ଚ୍ଚା ଏବଂ ଉନ୍ନତ ଗାଈ ବାଛିବାର ବିଭିନ୍ନ ପନ୍ଥା ବିଷୟରେ ଗୋପାଳକ ମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ପ୍ରାଣୀ ବିଜ୍ଞାନୀ-ଡ଼ ତପନ କୁମାର ପଲାଇ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ-ଡ଼ ଅଜୟ କୁମାର ସାହୁ, ସହକାରୀ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ-ଡ଼ ଯଦୁନାଥ ପରିଡା ଏବଂ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ-ଡ଼ ଶଶାଙ୍କ ଶେଖର ନାୟକ ଗୋପାଳନର ବିଭିନ୍ନ ପ୍ରସଙ୍ଗ ଉପରେ ଚାଷୀମାନଙ୍କୁ ଅବଗତ କରାଇଥିଲେ। ବିଭିନ୍ନ ପ୍ରସଙ୍ଗ ଯଥା:- ଗୁହାଳ ପରିଚାଳନା, ଖାଦ୍ୟ ପରିଚାଳନା, ସ୍ବାସ୍ଥ୍ୟ ପରିଚାଳନା, ଦୁଗ୍ଧ ବିକ୍ରି, ଦୁଗ୍ଧ ପ୍ରକ୍ରିୟାକରଣ,ସରକାରୀ ଯୋଜନା ଆଦି ବିଷୟରେ ଭାଗନେଇଥିବା ଚାଷୀ ମାନଙ୍କୁ ଜ୍ଞାନ ପ୍ରଦାନ କରାଯାଇଥିଲା।ତାଲିମ୍ ଦିତୀୟ ଦିନରେ ଗୋପାଳକ ମାନେ କୃଷ୍ଣାନନ୍ଦପୁର ସ୍ଥିତ ମାତାଶ୍ରୀ ଡାଏରୀ ଫାର୍ମ ପରିଦର୍ଶନରେ ଯାଇଥିଲେ। ଫାର୍ମରେ ଡ଼ ଦୁର୍ଗାପ୍ରସାଦ ମିଶ୍ର ସହକାରୀ ପ୍ରାଣୀ ଚିକିତ୍ସକ, ତୁଲଙ୍ଗ ସମସ୍ତ ଚାଷୀଙ୍କୁ ଫାର୍ମର ଦୌନଦିନ ଚର୍ଚ୍ଚା ବିଷୟରେ ବୁଝାଇଥିଲେ। ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ଅନୁଷ୍ଠାନ, ଭୁବନେଶ୍ୱରରୁ ତାଲିମ୍ ପରିଦର୍ଶନ କରିବା ନିମନ୍ତେ ଡ଼ ଦୟାନିଧି ବେହେରା, ସହକାରୀ ନିର୍ଦ୍ଦେଶକ ୧୬.୧୦.୨୦୨୫ ରେ କୃଷି ବିଜ୍ଞାନ କେନ୍ଦ୍ରରେ ପହଞ୍ଚି ଗୋପାଳକ ମାନଙ୍କୁ ଉତ୍ସାହିକ କରିବା ତାଙ୍କ ସହ ଫାର୍ମ ପରିଦର୍ଶନରେ ଯାଇ ମାର୍ଗଦର୍ଶନ କରାଇଥିଲେ। ଶେଷ ଦିବସରେ ଭାଗନେଇଥିବା ଗୋପାଳକ ମାନଙ୍କୁ ମାନପତ୍ର ବିତରଣ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଦେବାଶିଷ ପଣ୍ଡା,ଡ଼. ପ୍ରଦୀପ୍ତ ମାଝୀ ଡ଼. ଦ୍ୱାରିକା ମୋହନ ଦାସ, ସସ୍ମିତା ପୁରୋହିତ ,ସରିତା ଦାସ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *