କଂସାରୀଗୁଡା ସିଏ ସାର ହିଣ୍ଡlଲକ କମ୍ପାନୀ ପକ୍ଷରୁ କୌଶଳ ପ୍ରକଳ୍ପ ଉଦଘାଟିତ
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋରାପୁଟ ଜିଲ୍ଲା ଲଷ୍ମୀପୁର ବ୍ଲକ ଅର୍ନ୍ତଗତ କଂସାରୀଗୁଡା ସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନେରୀ, ହିଣ୍ଡାଲକୋ କମ୍ପାନୀ ଆଦତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସ୍ଥାନୀୟ ଫୁଲିଜୁବା ଗ୍ରାମରେ ଆଇ ଆଇଟି କୌଶଳ ପ୍ରକଳ୍ପ ଅଧୀନରେ ଗ୍ରାମାଞ୍ଚଳ ଯୁବକ ରୋଜଗାର କରିବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ହିଣ୍ଡlଳକ କମ୍ପାନୀ ସିଏସଆର ବିଭାଗ ତରଫରୁ ଆୟୋଜିତ କରା ଯାଇଛି l ଏହି କାର୍ଯ୍ୟକ୍ରମକୁ ରିଫାନାରୀ ମୁଖ୍ୟା ଶ୍ରୀ ମଜହର ବେଗ୍ ଉଦଘାଟନ କରିଛନ୍ତି । ଏଥିସହିତ ଏହି ଅବସରରେ କୌଶଳ ପ୍ରକଳ୍ପର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଯାଇଛି । ଆଜିଠାରୁ କୌଶଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବାବେଳେ ଏହା ସ୍ଥାନୀୟ ଯୁବପିଢୀଙ୍କୁ ଆତ୍ମନିର୍ଭରଶୀଳ ଦିଗରେ ବିଭିନ୍ନ କୌଶଳ ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କାରାଯିବ । ଏହି ପ୍ରକଳ୍ପ ର ପ୍ରଥମ ପର୍ଯ୍ୟାୟରେ ଅଞ୍ଚଳର ୫୦ଜଣ ଯୁବକ ବୈଦ୍ୟୁତିକ ଓ ଫିଟର ବା ମେକାନିକକାଳ ସମ୍ବନ୍ଧୀୟ ଆଇଟିଆଇ ପାଠ୍ୟକ୍ରମରେ ଭୁବନେଶ୍ୱର କୀଟ ବିଶ୍ୱ ବିଦ୍ୟାଳୟ ଠାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ଦୁଇବର୍ଷ ଧରି ଉକ୍ତ ଯୁବକ ପାଠ୍ୟକ୍ରମ ସମ୍ବନ୍ଧିତ ପ୍ରଶିକ୍ଷଣ ପ୍ରଦାନ ସହ ଏକବର୍ଷ ଚାକିରୀ ଆଧାରିତ ପ୍ରଶିକ୍ଷଣ ଯୋଗାଇ ଦିଆଯବ । ଯାହା ଆଗାମୀ ଦିନରେ କାରାଖାନା ର ପାଶ୍ୱର୍ବର୍ତ୍ତି ଗ୍ରାମାଞ୍ଚଳର ଯୁବପିଢୀ କୌଶଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବା ସହିତ ପରିବାରର ଆର୍ଥୀକ ଅବସ୍ଥା ସ୍ୱଚ୍ଛଳ ହେବାର ଏହି ପ୍ରକଳ୍ପ ସହଯୋଗୀ ହେବ ବୋଲି ଆଜି ଉଦଘାଟନୀ ଅବସରରେ ରିଫଆଇନେରୀ ମୁଖ୍ୟ ଶ୍ରୀ ବେଗ୍ ସୂଚନା ଦେଇଛନ୍ତି । ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ଅପରେସନ ବିଭାଗ ଉପାଧ୍ୟକ୍ଷ କୌସିକିଶରଣ ମିଶ୍ର, ମାନବ ସମ୍ବଳ ମୁଖ୍ୟ ଶ୍ରୀ ଦୀପକ ମହାନ୍ତି, ଏଫ ଏବଂ ସି ମୁଖ୍ୟ ବାସୁଦେବ ଖୁଣ୍ଟିଆ, କ୍ଲଷ୍ଟର ସିଏସଆର ମୁଖ୍ୟ ଶିବ ମହାପାତ୍ର, ଉପାଧ୍ୟକ୍ଷ କର୍ପୋରେଟ କମ୍ୟୁନିକେସନ୍ ଡ.ବିଭୁଦତ୍ତ ମହାପାତ୍ର ଓ ସିଏ ସାର ଏବଂ ଆର ଓ ଆର ମୁଖ୍ୟ ତନ୍ମୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଗ୍ରାମର ଡିପି ଏଲ ଡ଼ିପି ମଧ୍ୟ୍ୟ ଉପସ୍ଥିତ ଥିଲେ
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
