ଭିଜିଲାନ୍ସ ଜାଲରେ ବିଇଓ ରସାନନ୍ଦ

– ୨୦ ଲକ୍ଷ୍ୟ ହଡ଼ପ କରି ଭିଜିଲାନ୍ସ ଦ୍ୱାରା ବନ୍ଧା ହେଲେ ବିଇ ଭିଜଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର। ନ୍ୟାସନାଲ ପେନସନ ସ୍କିମର ୨୦ ଲକ୍ଷ୍ୟ ଟଙ୍କା ବିଇଓ ରସାନନ୍ଦ କର ହଡ଼ପ କରି ଏବେ ଭିଜଲାନ୍ସ ଦ୍ୱାରା ବନ୍ଧା ହୋଇଛନ୍ତି।ତେବେ ସୂଚନା ମୁତାବକ ଶିକ୍ଷକଙ୍କ ପାଇଁ ରହିଥିବା ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ)ର ୨୦ ଲକ୍ଷ୍ୟ ଟଙ୍କାକୁ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ୍ୟ ଲେଖାଏଁ ଗତ ଜାନୁଆରୀ ମାସରୁ ଦାରିଙ୍ଗବାଡ଼ି ବିଇଓ ନିଜ ଦରମା ଆକାଉଣ୍ଟକୁ ନେଇ, ସେହି ଟଙ୍କାକୁ ସେ ଜୋରଧା ନାମକ ଏକ ବ୍ରୋକିଙ୍ଗ ଶେୟାର ମାର୍କେଟରେ ବିନିଯୋଗ କରିଛନ୍ତି ।ତେବେ ସରକାରୀ ଅର୍ଥ ହଡ଼ପ କରିଥିବା ଜାଣିବାକୁ ପାଇଁ ଭିଜିଲାନ୍ସ ଦୀର୍ଘ ଏକ ମାସ ଧରି ରସାନନ୍ଦଙ୍କ ଉପରେ ନଜର ରଖିଆସିବା ସହ ବିଭିନ୍ନ ପ୍ରମାଣ ଯୋଗାଡ଼ କରିବା ପରେ ବୁଧବାର ଦିନ ସନ୍ଧ୍ୟାରେ ତାଙ୍କୁ ଉଠାଇ ନେଇ ୬/୨୪ ରେ ଏକ ମାମଲା ରୁଜୁ କରିଛି।ଅନ୍ୟ ପକ୍ଷେ ଏହା ମଧ୍ୟ ସୂଚନା ରହିଛି ଯେ ବିଇଓ ରସାନନ୍ଦ କର ଏହି ଜୋରଧା ସେଆର ମାର୍କେଟରେ ଦୀର୍ଘ ବର୍ଷ ହେଲା ଟଙ୍କା ଲଗାଇ ଆସୁଛନ୍ତି।ନିଜ ଦରମା ଟଙ୍କା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଆଦାୟ କରୁଥିବା ବିଭିନ୍ନ ଟଙ୍କାକୁ ମଧ୍ୟ ସେ ଏହି ସେୟାର ମାର୍କେଟରେ ଲଗାଇ ଆସୁଛନ୍ତି।ଆଉ ବିଇଓଙ୍କ ପାଇଁ ଟଙ୍କାର ମୂଳ

ଉତ୍ସ ସାଜିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ।କେମିତି ନା ବିଭିନ୍ନ ସମୟରେ ଅନାବଶକ୍ୟ ଅଦଳ ବଦଳ କରାଇ ମନପସନ୍ଦ ସ୍ଥାନରେ ଥଇଥାନ କରାଇବା। ଅଭିଜ୍ଞକୁ ଆକ୍ସନ ନାଁରେ ଭୟବିତ କରାଇବା।ତା ସହ ସରକାରୀ ବିଭିନ୍ନ ଆର୍ଥିକ ସୁବିଧା ସୁଯୋଗ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦନ କରିବା ଆଳରେ ସେ ବହୁ ପରିମାଣର ଟଙ୍କା ଆଦାୟ କରିଆସୁଥିଲେ।ଆଉ ଏହି ସବୁ ଟଙ୍କା କୁ ସେ ସେୟାର ମାର୍କେଟରେ ବିନିଯୋଗ କରୁଥିବାରୁ ଆଜି ଯାଏଁ ସେ ଯେଉଁସବୁ ଦୁର୍ନୀତି କରିଆସୁଥିଲେ ତାକୁ ବିଭିନ୍ନ ଅଭିଯୋଗ ସତ୍ତ୍ୱେ ଠାବ କରାଯାଇପାରୁନଥିଲା ବୋଲି ମଧ୍ୟ କୁହାଯାଉଛି ଅନ୍ୟ ପକ୍ଷେ ବିଇଓଙ୍କର ବେନାମୀ ସମ୍ପତ୍ତି, କୋଠା ଓ ଆପାର୍ଟମେଂଟ ରହିଥିବା କୁହାଯାଉଥିବା ବେଳେ ଭିଜଲାନ୍ସ ବିଭାଗ ଏଦିଗରେ ମଧ୍ୟ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି।

Leave a Reply

Your email address will not be published. Required fields are marked *