ସାପ କାମୁଡା ଓ ପ୍ରତିକାର ଉପରେ ସଚେତନତା କାଯ୍ୟକ୍ରମ

*ଟିମ ହ୍ୟୁମାନିଟି କନ୍ଧମାଳ ର ସ୍ନେକ ହେଲ୍ପ ଲାଇନ ଦ୍ୱାରା ସାପ କାମୁଡା ଓ ପ୍ରତିକାର ଉପରେ ସଚେତନତା କାଯ୍ୟକ୍ରମ* ସାରା ରାଜ୍ୟରେ ବର୍ଷା ର ବିତ୍ପାତ ଜାରି ରହିଛି। ଏହି ସମୟରେ ସାପ ଗୁଡିକ ଅସହାୟ ହେଇ ଏଣେତେଣେ ବୁଲିବା ସମୟରେ ବିଭିନ୍ନ ଲୋକଙ୍କ ଘରେ ପଶିବା ହେଉ କି କାମୁଡିବା କଥା ଅତି ସ୍ବଭାବିକ। ବିଭିନ୍ନ ଜିଲ୍ଲାରେ ସାପ କାମୁଡାରେ ବିଭିନ୍ନ ଲୋକଙ୍କ ଜୀବନ ଚାଲିଯିବା ଖବର ସାମ୍ନା କୁ ଆସୁଛି। କନ୍ଧମାଳ ଜିଲ୍ଲାରେ ମଧ୍ୟ ଏମିତି ଅନେକ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏତିକି ବେଳେ ଫୁଲବାଣୀ ସହରରେ ବିଗତ ଚାରିବର୍ଷ ଧରି ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପ ଲାଇନ ଲୋକଙ୍କ ଘରୁ ତଥା ପ୍ରାଙ୍ଗଣରୁ ସାପ ଗୁଡିକୁ ଉଦ୍ଧାର କରିବା କାର୍ଯ୍ୟ କରି ଆସୁଛି। ଏଣୁ ବର୍ତ୍ତମାନ ସମୟରେ ସାପ କାମୁଡାକୁ ନେଇ ସଚେତନ ମୂଳକ ପଦକ୍ଷେପ ନେବା ପାଇଁ ଟିମ ହ୍ୟୁମାନିଟି କନ୍ଧମାଳ ର ଆବାହକ ଭି. ଲୋକନାଥ ରାଜୁ ଙ୍କ ନେତୃତ୍ୱରେ ଟିମ ର ସ୍ନେକ ହେଲ୍ପ ଲାଇନ ସଦସ୍ୟ ନିଜର ଅଭିଯାନ ଆରମ୍ଭ କରିଛି। ବିଗତ କିଛି ଦିନ ଧରି ବିଭିନ୍ନ ଗ୍ରାମ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସାପ କାମୁଡାକୁ ନେଇ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରା ଯାଇଛି। ଆଜି ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପ ଲାଇନ ଫୁଲବାଣୀ ପକନା ଗାଁ କନ୍ୟାଶ୍ରମରେ ଏହି ସଚେତନତା କାର୍ଯ୍ୟକ୍ରମ କରିଛି। ଏଥିରେ *ଫୁଲବାଣୀ ବନ ବିଭାଗର ରେଞ୍ଜର ଶିବାନନ୍ଦ ଲେଙ୍କା ,* *ବିଶିପଡ଼ା ସେକ୍ସନ ବନପାଳ ମୋନାଲିସା ପଣ୍ଡା* ଙ୍କ ଉପସ୍ଥିତିରେ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସଦସ୍ୟ *ଭି. ଜଗନ୍ନାଥ ରାଜୁ, ଅନୁପ ବିକ୍ରମ ପାତ୍ର, ଏସ କେ ଅବଦୁଲ ସାକୀର,ଆଲୋକ କୁମାର ବିଶୋଇ, ଅକ୍ଷୟ କୁମାର ମହାପାତ୍ର ପ୍ରମୁଖ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପକନା ଗାଁ କନ୍ୟାଶ୍ରମ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ତପନ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଶ୍ରମର ସମସ୍ତ ଅନ୍ତେବାସୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *