ଗଞ୍ଜାମ ଯୁବ ବ୍ରାହ୍ମଣ ପୁରୋହିତ ସଂଘ ର ସମାଜ କଲ୍ୟାଣ କାର୍ଯ୍ୟକ୍ରମ

ବ୍ରହ୍ମପୁର୫/୯ ଭାଦ୍ରବ ଶୁକ୍ଳ ତ୍ରୟୋଦଶୀ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଗ୍ରାମର ବିଜୟା ଅଧିଷ୍ଠିତ ବାବା ସ୍ୱପ୍ନେଶ୍ୱର ଓ ମାଆ କନକ ଦୁର୍ଗା ପୀଠରେ ଗୁରୁ ଦିବସ ଉପଲକ୍ଷେ ବ୍ରହ୍ମ ଯୁବ ଶକ୍ତି ଜାଗ୍ରତ ତଥା ସମାଜରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଏକଲକ୍ଷ ବିଲ୍ଵପତ୍ର ଅର୍ଚ୍ଚନ ମହାରୁଦ୍ରାଭିଷେକ, ଚଣ୍ଡୀପାଠ ହବନ ଆଦି କାର୍ଯ୍ୟକ୍ରମ କରିବା ସହ ସମାଜରେ ବ୍ରହ୍ମ ଶକ୍ତି ଜାଗ୍ରତ,ପୂଜ୍ୟ ପୂଜା ର ବ୍ୟତିକ୍ରମ ନହେବା,ବୈଦିକ ଶିକ୍ଷାର ଅଭିବୃଦ୍ଧି,ଗଞ୍ଜାମ ଐତିହ ସଂସ୍କୃତି ଉପରେ ଆଲୋଚନା କରାଇଥିଲେ, କିପରି ବ୍ରାହ୍ମଣ ସମାଜର ଏକତା ରହିବ,ସଂସ୍କୃତ ,ସଂସ୍କୃତି ର ଅଭ୍ୟୁ ସ୍ଥାନ ହେଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ ଏଥି ନିମନ୍ତେ ଶତାଧିକ ଯୁବ ବ୍ରାହ୍ମଣ ଉପସ୍ଥିତ ଥିଲେ, ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ସଭାପତି ପଣ୍ତିତ ଶ୍ରୀ ନୀଳମାଧବ ତ୍ରିପାଠୀ ମୁଖ୍ୟ ଅତିଥି ,ମହାନସଂଘ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ସାବତ ମୁଖ୍ୟ ବକ୍ତା,ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ସମ୍ପାଦକ ପଣ୍ତିତ ସନ୍ତୋଷ କୁମାର କର ସମ୍ମାନିତ ଅତିଥି,କର୍ତ୍ତା ଦେବ ଦ୍ୱିଜ ସେବକ ତଥା ସମାଜ ସେବୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାବତ, ଶ୍ରୀମତି ସୁନୀତା ସାବତ ଆମନ୍ତ୍ରିତ ହୋଇଥିଲେ, ଶ୍ରୀଯୁକ୍ତ ସାବତ ଗଞ୍ଜାମ ଯୁବ ବ୍ରାହ୍ମଣ ପୁରୋହିତ ସଂଘ ର ସାମଗ୍ରିକ ବିକାଶ ଦିଗରେ ଆଲୋଚନା କରାଇଥିଲା ବେଳେ, ପଣ୍ତିତ କର ମହୋଦୟ ଯୁବ ବ୍ରାହ୍ମଣ ପୁରୋହିତ ଙ୍କ ସାଂଗଠନିକତା ଉପରେ ସଚେତନ କରାଇଥିଲେ,ମୁଖ୍ୟ ଅତିଥି ପଣ୍ତିତ ଶ୍ରୀ ତ୍ରିପାଠୀ ଗଞ୍ଜାମ ବ୍ରାହ୍ମଣ ପୁରୋହିତ ଙ୍କ ସମାଜରେ ଗୁରୁତ୍ୱତା ଗଞ୍ଜାମ ସଂସୃତି ର ବିକାଶ ତଥା ଯୁବ ବ୍ରାହ୍ମଣ ପୁରୋହିତ ସଂଗଠିତ ହୋଇ ଦୃଢ଼ି ଭୂତ ହେଲେ ସୁସ୍ଥ ସୁନ୍ଦର ସମାଜ ଗଠନ ହୋଇ ପାରିବ ଏଥି ନିମନ୍ତେ ଉଦ୍ବୋଧିତ କରିଥିଲେ

Leave a Reply

Your email address will not be published. Required fields are marked *