ସମାଜସେବୀ ଭାଗିରଥି ସ୍ବାଇଁଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ବ୍ରହ୍ମଗିରି , ବ୍ରହ୍ମଗିରି ଅଞ୍ଚଳର ମଣପଡା ନିବାସୀ ବିଶିଷ୍ଟ ସମାଜସେବୀ,ଚାଷୀନେତା ଓ ଗ୍ରାମ ମୁରବି ସ୍ୱର୍ଗତ ଭାଗିରଥି ସ୍ବାଇଁଙ୍କ ଏକାଦଶାହରେ ଏକ ବିରାଟ ଶ୍ରଦ୍ଧାଞ୍ଜଳି ସଭା ମଣପଡା ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ସ୍ମୃତି ସଭାରେ ଭଜନ ତୀର୍ଥ ଭାଗିରଥି ଦଳାଇ ସଭାପତିତ୍ବ କରିଥିଲେ।ତରୁଣ କବି ଦାମୋଦର ପରିଡ଼ା, ତତ୍ତ୍ୱ କବି ବିଭୁ ଦାସ ଭିକାରି ଚରଣ ଜେନା, କବି କସ୍ତୁରୀ ଦିଲ୍ଲିପ କୁମାର ଶ୍ରୀଚନ୍ଦନ,ପ୍ରବଚକ ବିଜ୍ଞାନ ଜେନା, କୁମାର କବି ଫାଉଣ୍ଡେସନ ସମ୍ପାଦକ ଦିଗମ୍ବର ବେହେରା,ଓଷ୍ଟା ପୁରୀ ଜିଲ୍ଲା ସଭାପତି ପବିତ୍ର ମୋହନ ଦାସ,କବି ସୁଶାନ୍ତ କୁମାର ଜେନା, ସଂସ୍କୃତି ସଂଗଠକ ଅଜୟ କୁମାର ସ୍ୱାଇଁ, ଶିକ୍ଷକ ଚରଣ ବେହେରା, ଶିକ୍ଷକ ବ୍ରହ୍ମଚାରୀ ପଲାଇ, ଅଧ୍ୟାପକ କାଶୀନାଥ ନାୟକ,ଅମର ବେହେରା, ଗୋପାଳ ନାୟକ, ଦିଲ୍ଲିପ କୁମାର ବଳିଆର ସିଂହ, ସମାଜସେବୀ ଦେବଦତ୍ତ ମିଶ୍ର,ଦେବରାଜ ପାତ୍ର,ମାଧବ ସାହୁ, ବରିଷ୍ଠ ଗ୍ରାମ ମୁରବି କାହ୍ନୁ ଚରଣ ଜେନା , ପୂର୍ବତନ ଜିଲ୍ଲା ସରପଂଚ ସୁରେଶ ଚନ୍ଦ୍ର ଦଳାଇ, ସରପଂଚ ଭୀମସେନ ସ୍ୱାଇଁ, ସମିତି ସଭ୍ୟ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଭାଗିରଥି ସ୍ବାଇଁଙ୍କ ସ୍ମୃତି ଚାରଣ କରିଥିଲେ। ବକ୍ତାମାନେ କହିଥିଲେ ଯେ ସ୍ୱର୍ଗତ ଭାଗିରଥି ସ୍ବାଇଁ ଥିଲେ ଏକାଧାରରେ ଜଣେ ସଫଳ ଗ୍ରାମ ମୁରବି, ସମର୍ପିତ ସମାଜସେବୀ, ଆଗଧାଡିର ଚାଷୀ ନେତା ଓ ରାଜନେତା।ମଣପଡା ଗ୍ରାମର ତଥା ମଣପଡା ଗ୍ରାମ ପଞ୍ଚାୟତ ର ସାମଗ୍ରିକ ବିକାଶରେ ତାଙ୍କ ଅବଦାନ ଥିଲା ଅତୁଳନୀୟ। ରାଧାମୋହନ ବିଦ୍ୟାପୀଠର ପ୍ରତିଷ୍ଠା ରେ ତାଙ୍କର ଭୂମିକା ଥିଲା ଖୁବ୍ ଗୁରୁତ୍ୱପୂର୍ଣ୍ଣ।ସେ ଅଞ୍ଚଳର ଚାଷୀମାନଙ୍କୁ ଏକାଠି କରି ଚାଷଜମିକୁ ଜଳ ସେଚନ ପାଇଁ ସଂଗ୍ରାମ କରୁଥିଲେ। ଅନେକ ସ୍ଥାନୀୟ ପଞ୍ଚାୟତ ଲୋକ ପ୍ରତିିନିଧି ତିଆରି କରିବାରେ ତାଙ୍କର ଅବଦାନ ଓ ଭୂମିକା ରହିଥିଲା। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ବୋଲି ଅତିଥି ମାନେ କହିଥିଲେ। ଜ୍ୟେଷ୍ଠ ପୁତ୍ର ବାବୁ ସ୍ୱାଇଁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନାତୁଣୀ ଜୟଶ୍ରୀ ଏବଂ ନାତି ଶୁଭ୍ର ଜ୍ୟୋତି ମାର୍ମିକ କବିତା ପାଠକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଶିଷ୍ଟ ସଂଗଠକ ଆଲୋକ କୁମାର ପ୍ରଧାନ ଶ୍ରଦ୍ଧାଞ୍ଜଳି ସଭ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *