ସମାଜସେବୀ ସୁଲୋଚନା ସ୍ଵାଇଁଙ୍କ ସୣତିଚାରଣ ସଭା।

ରଘୁନାଥପୁର ତା ୧୫/୯:-ରଘୁନାଥପୁର ବ୍ଲକ ଗୁଆଳିପୁର ପଞ୍ଚାୟତ ରାଧାନଗର ଗ୍ରାମର ଭାଗବତ ସ୍ଵାଇଁ ସହଧର୍ମିଣୀ ସମାଜସେବୀ ସୁଲୋଚନା ସ୍ଵାଇଁ ଙ୍କ ୭୨ବର୍ଷ ବୟସରେ ଗତ ସେପ୍ଟେମ୍ବର ୧ତାରିଖରେ ଦେହାନ୍ତ ହୋଇଯାଇଛି।ସୁଲୋଚନା ଜଣେ ଏକ ଧାରାରେ ସମାଜସେବୀ ମିଷ୍ଟଭାଭାଷି, ପରୋପକାରୀ,ଧର୍ମପରାୟଣ ସ୍ନେହମୟୀ ମହିଳା ଥିଲେ।ତାଙ୍କ ମୣତ୍ୟୁ ଖବରପାଇ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କର ଶେଷଦର୍ଶନ କରିବାସହ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣାଇଥିଲେ।ଏହି ଉପଲକ୍ଷେ ରବିବାର ବର୍ତ୍ତୀଛକ ଠାରେ ତାଙ୍କ ବାସଭବନରେ ଏକ ସୣତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏହିସଭାରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ ଯୋଗଦେଇଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଜତ କୁମାର ପାତ୍ର ବିଜେପି ଜିଲ୍ଲାସଭାପତି ପ୍ରତାପ ଷଡ଼ଙ୍ଗୀ,ଜିଲ୍ଲା ବରିଷ୍ଠ ବିଜେପି ନେତା ସତ୍ୟବ୍ରତ ମହାପାତ୍ର,ବିଜେପି ବିଧାୟକ ପ୍ରାର୍ଥୀ ଆଇନଜୀବୀ ରାଜକିଶୋର ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ସୁବାଷ ଜେନା,ଚିକିଣିଆ ସରପଞ୍ଚ ବିଷ୍ଣୁ ଚରଣ ସେଠି,ଯୁବନେତା ସରୋଜ କାନ୍ତ ସ୍ଵାଇଁ,ବଳରାମ ଦଳାଇ ରଘୁନାଥପୁର ମଣ୍ଡଳ ସଭାପତି ସ୍ଵରାଜ ସାମଲ,ଜଇପୁର ମଣ୍ଡଳ ସଭାପତି ବନୋଜ ନାୟକ ଗୁଆଲିପୁର ସମିତି ସଭ୍ୟ କମଳାକାନ୍ତ ପରିଡ଼ା ପ୍ରମୁଖ ଯୋଗ ଦେଇ  ସ୍ଵର୍ଗତ ସୁଲୋଚନା ଙ୍କ ସୣତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସୁଲୋଚନା ଙ୍କ ବଡପୁଅ ଭଗବାନ ସ୍ଵାଇଁ,ସାନପୁଅ ସନ୍ୟାସୀ ସ୍ଵାଇଁ,ପତ୍ରବଧୁ ସ୍ଥିତିପ୍ରଜ୍ଞା ମହାପାତ୍ର,ମୋନାଲିସା ରାଉତ ଓ ନାତି ବାସ୍ତବ,ସୈାରାଜ, ସମ୍ଭବ ଓ ବନ୍ଧୁପରିବାର ଉପସ୍ଥିତ ରହିଥିଲେ।ଏହି ଅବସରରେ ଓଡିଶା ର ପ୍ରସିଦ୍ଧ କଳାକାର ମାନଙ୍କ ଦ୍ଵାରା ଭଜନସନ୍ଧ୍ୟା ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *