ଏସଓଜି ଯବାନଙ୍କ ମାନବିକତା
ଫୁଲବାଣୀ ୧୯/୦୪: ଏସଓଜି ଯବାନଙ୍କ ମାନବିକତା: ଅସୁସ୍ଥ ବୃଦ୍ଧାଙ୍କୁ ଖଟିଆରେ ନେଇ ପହଞ୍ଚାଇଲେ ମେଡ଼ିକାଲ।ମାନବିକତା ଦେଖାଇଲେ ଏସଓଜି ଯବାନ୍। ଅସୁସ୍ଥ ବୃଦ୍ଧାଙ୍କୁ ଖଟିଆରେ ବୋହିଆଣି ପହଞ୍ଚାଇଲେ ମେଡ଼ିକାଲ୍। ଏବେ ଚିକିତ୍ସା ପରେ ବୟସ୍କ ମହିଳାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ବୁଧବାର ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।ବୁଧବାର କନ୍ଧମାଳରେ ନିୟୋଜିତ ଏସଓଜି ଟିମ୍ ବାରହଲା ଜଙ୍ଗଲ ପାଖରେ କମ୍ବିଙ୍ଗ ଅପରେସନ ସାରି ଫେରୁଥିଲେ। ସେତିକି ବେଳେ ନିକଟସ୍ଥ ଲବେରିକିଆ ଗାଁର ଜଣେ ବୃଦ୍ଧା ଅସୁସ୍ଥ ଥିବା ସେମାନେ ଖବର ପାଇଥିଲେ। ଗାଁକୁ ଆମ୍ବୁଲାନ୍ସ ଆସିବାକୁ ରାସ୍ତା ସୁବିଧା ନଥିବାରୁ ସେମାନେ ତୁରନ୍ତ ଅସୁସ୍ଥ ବୃଦ୍ଧାଙ୍କୁ ଖଟିଆରେ ବୋହି ଆଣି ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇ ଥିଲେ।

ସେଠାରୁ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦେଶରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ସେହି ବୃଦ୍ଧାଙ୍କୁ ଭର୍ତ୍ତି କରାଯାଇଛି। ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଜଣା ପଡ଼ିଛି। ଏସପି ନିଜେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝୁଥିବା ଜଣାପଡିଛି। ମାନବିକତା ଦେଖାଇ ଥିବା ଏସଓଜି ଯବାନଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।
