ବିଧାୟକ ଙ୍କ ଦ୍ୱାରାସୋଲାର ଲାଇଟ ଉଦଘାଟନ ଏବଂ ଅନ୍ତୋଦୟ ଗୃହ ଓ ଭତ୍ତା ବଣ୍ଟନ

ଧର୍ମଶାଳା–ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରାଜ୍ୟ ସରକାର ଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶୁଭାରମ୍ଭ ଧର୍ମଶାଳା ମହୋତ୍ସବ ପଡିଆଠାରେ ଗୁରୁବାର ଅପରାହ୍ନରେ ହୋଇଯାଇଛି। ଧର୍ମଶାଳା ବ୍ଲକ ପକ୍ଷରୁ ବିଡିଓ ଯୋତ୍ରିମୟ କର ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଭିନ୍ନ ପଂଚାୟତର ହିତାଧିକାରୀମାନଙ୍କୁ ଭତା ବଂଟନ କରାଯିବା ସହ ଅନ୍ତଦ୍ୱୟ ଗୃହ ପାଇଁ କାର୍ଯ୍ୟୋଦଶ ବଂଟନ ଓ ବିଭିନ୍ନ ଗାଁ ରେ ୧୦ କୋଟି ଟଙ୍କା ବ୍ୟୟରେ ସୋଲାର ଲାଇଟ ଲଗାଯିବା ଭଳି କାର୍ଯ୍ୟର ଉଦଘାଟନ କରିଥିଲେ। ବ୍ଲକ ର ୧୮୩୬ ପରିବାରଙ୍କୁ ନୂତନ ଭୋବ ରାସନ କାର୍ଡ ବଂଟନ କରାଯିବା ସହ ୨୮୨ ଜଣ ହିତାଧିକାରୀଙ୍କୁ ଅନ୍ତଦ୍ୱୟ ଯୋଜନୋର କାର୍ଯ୍ୟୋଦଶ ବଂଟନ କରାଯାଇଛି । ଏଥିସହ ବିଭିନ୍ନ ଗ୍ରାମକୁ ଆଲୋକିକରଣ ପାଇଁ ୧୦ କୋଟି ଟଙ୍କା ବ୍ୟୟେର ଲଗାଯାଇଥିବା ସୋଲାର ଲାଇଟ ଲଗାଯିବା ଭଳି ବ୍ୟବସ୍ଥା ର ଉଦଘାଟନ କରାଯାଇଛି। ବ୍ଲକ ଅଧକ୍ଷ ବିଶ୍ଵବିଜୟିନୀ ମିଶ୍ର ଅତିରିକ୍ତ ବିଡ଼ିଓ ସୁରେଶ କୁମାର ପଣ୍ଡା ଭତ୍ତା ବଣ୍ଟନ ଓ ଅନ୍ତୋଦୟ ଗୃହ ବଣ୍ଟନରେ ସହାୟତା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ବ୍ଲକ ର ସମସ୍ତ କର୍ମଚାରୀ ଯୁବ ସଂଗଠକ ରାଜେଶ ପାଳ ସମସ୍ତ ମଣ୍ଡଳ ସଭାପତି ସରପଞ୍ଚ ସମିତି ସଭ୍ୟ /ସଭ୍ୟା ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହ ଯୋଗ କରିଥିଲା ବେଳେ ବହୁ ଦଳୀୟ କର୍ମୀ ଓ ହିତାଧିକାରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *