ଯାତ୍ରୀ ସୁରକ୍ଷା ପାଇଁ ପୂର୍ବତଟ ରେଳପଥର ସୌରଚାଳିତ ସିସିଟିଭି ଓ ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥା ।

ଭୁବନେଶ୍ୱର, ୧୨.୧୨.୨୦୨୫ପୂର୍ବତଟ ରେଳପଥ ଏହାର ଅଧିକାରକ୍ଷେତ୍ରରେ ସୌରଚାଳିତ ସିସିଟିଭି କ୍ୟାମେରା ବ୍ୟାପକ ଭାବରେ ନିୟୋଜିତ କରି ଏବଂ ଉନ୍ନତ ମାନର ନିରୀକ୍ଷଣ ଡ୍ରୋନ ପ୍ରଚଳନ କରି ସୁରକ୍ଷା ଏବଂ ନିରୀକ୍ଷଣ ଢାଞ୍ଚାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିଛି। ଏହି ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟ ଯାତ୍ରୀ ସୁରକ୍ଷାକୁ ବୃଦ୍ଧି କରିବା, ଅନଧିକାର ପ୍ରବେଶକୁ ରୋକିବା, ଦୁର୍ଗମ ଅଞ୍ଚଳ ଗୁଡିକରେ ନିରୀକ୍ଷଣରେ ଉନ୍ନତି ଆଣିବା ଏବଂ ରେଳ ସମ୍ପତ୍ତି ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା।* ପୂର୍ବତଟ ରେଳପଥ ଅଧିନସ୍ଥ ମଣ୍ଡଳ ଗୁଡ଼ିକରେ ସୌରଚାଳିତ ସିସିଟିଭି କ୍ୟାମେରା ସଂସ୍ଥାପନ କରାଯାଇଛି ।ଦୁର୍ଗମ ଅଞ୍ଚଳ କିମ୍ବା କୌଣସି ବିଦ୍ୟୁତ ଯୋଗାଣ ନଥିବା ଅଞ୍ଚଳରେ ନିରବଚ୍ଛିନ୍ନ ନିରୀକ୍ଷଣ ସୁନିଶ୍ଚିତ କରିବା ପାଇଁ, ପୂର୍ବତଟ ରେଳପଥ ଏହାର ତିନୋଟି ଡିଭିଜନର ଦୁର୍ଗମ ଏବଂ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସୌରଚାଳିତ ସିସିଟିଭି ବ୍ୟବସ୍ଥା ସ୍ଥାପନ କରାଯାଇଛି :ୱାଲ୍ଟେୟାର ଡିଭିଜନ:ଅନଧିକାର ପ୍ରବେଶ ପ୍ରବଣ ସ୍ଥାନ ଏବଂ ରେଳ ୟାର୍ଡରେ 113ଟି ସୌର ଶକ୍ତି ଚାଳିତ ସିସିଟିଭି କ୍ୟାମେରା ଲଗାଯାଇଛି। ଆହୁରିମଧ୍ୟ 115ଟି ଅତିରିକ୍ତ କ୍ୟାମେରା କ୍ରୟ କରିବା ପ୍ରକ୍ରିୟାରେ ଅଛି ।ଖୋର୍ଦ୍ଧା ରୋଡ୍ ଡିଭିଜନ:ପ୍ରମୁଖ ସ୍ଥାନ ମାନଙ୍କରେ 6 ଗୋଟି ସୌର ଶକ୍ତି ଚାଳିତ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ କରୁଛି । ଆହୁରିମଧ୍ୟ ୧୦୧୭ ଟି ଅତିରିକ୍ତ କ୍ୟାମେରା କ୍ରୟ କରିବା ପ୍ରକ୍ରିୟାରେ ଅଛି ।ସମ୍ବଲପୁର ଡିଭିଜନ:ସେହିଭଳି ସମ୍ବଲପୁର ଡିଭିଜନର ଦୁର୍ଗମ ଅଞ୍ଚଳ ଏବଂ ପ୍ରମୁଖ ସ୍ଥାନ ମାନଙ୍କରେ 46 ଟି ସୌର ଶକ୍ତି ଚାଳିତ ସିସିଟିଭି କ୍ୟାମେରା ନିୟୋଜିତ କରାଯାଇଛି ।* ସାର୍ବଜନୀନ ଲାଭ: ସୌରଚାଳିତ ସିସିଟିଭି ନିୟୋଜିତ ହେବା ଦ୍ୱାରା ଯାତ୍ରୀ ଏବଂ ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି, ଯଦ୍ୱାରା ଅସୁରକ୍ଷିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇବ, ଅପରାଧ ରୋକାଯାଇପାରିବ, ଅନଧିକାର ପ୍ରବେଶ ଘଟଣା ହ୍ରାସ ପାଇବ ଏବଂ ଦୁର୍ଗମ ସ୍ଥାନରେ ଅଧିକ ପ୍ରଭାବଶାଳୀ ନଜର ରଖାଯାଇପାରିବ। ଦୁର୍ଘଟଣା ପରବର୍ତ୍ତୀ ବିଶ୍ଳେଷଣରେ ଉନ୍ନତି ଆଣିବା ଏବଂ ରେଳ କର୍ମଚାରୀଙ୍କ ସୁରକ୍ଷା ବୃଦ୍ଧି କରିବାରେ ମଧ୍ୟ ଏହି କ୍ୟାମେରା ସହାୟକ ହୋଇଥାଏ। ଏହି ପଦକ୍ଷେପ ଏକ ନିରାପଦ, ଅଧିକ ସୁରକ୍ଷିତ ଏବଂ ଜନ-ଅନୁକୂଳ ରେଳ ପରିବେଶ ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି।*ଆକାଶ ମାର୍ଗରୁ ଡ୍ରୋନ୍ ସାହାଯ୍ୟରେ ଉନ୍ନତ ନିରୀକ୍ଷଣ :ଭୂସ୍ତରୀୟ ନିରୀକ୍ଷଣକୁ ଆହୁରି ମଜବୁତ କରିବା ପାଇଁ ପୂର୍ବତଟ ରେଳପଥ ଡ୍ରୋନ୍ ସାହାଯ୍ୟରେ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିଛି:ବର୍ତମାନ ମୋଟ ପାଞ୍ଚଗୋଟି ସର୍ଭିଲେନ୍ସ ଡ୍ରୋନ୍ କାର୍ଯ୍ୟକ୍ଷମ ଅଛି।ସେଥିମଧ୍ୟରୁ ଖୋର୍ଦ୍ଧା ରୋଡ୍ ଡିଭିଜନ ଓ ୱାଲ୍ଟେୟାର ଡିଭିଜନ ପ୍ରତ୍ୟେକ ଦୁଇଟି ଲେଖାଏଁ ଡ୍ରୋନ୍ ବ୍ୟବହାର କରୁଥିବାବେଳେ ସମ୍ବଲପୁର ଡିଭିଜନ ଗୋଟିଏ ଡ୍ରୋନ୍ ବ୍ୟବହାର କରୁଛି । ଏହି ଡ୍ରୋନଗୁଡ଼ିକ ଦୀର୍ଘ ରେଳପଥର ପ୍ରକୃତ ସମୟ ନିରୀକ୍ଷଣ, ଦୁର୍ଗମ ଅଞ୍ଚଳରେ ଯାଞ୍ଚ, ରେଳ ୟାର୍ଡର ତଦାରଖ, ବିଶେଷ କାର୍ଯ୍ୟକ୍ରମ ସମୟରେ ଭିଡ଼ ପରିଚାଳନା ଏବଂ ବିଭିନ୍ନ ସୁରକ୍ଷା କାର୍ଯ୍ୟ ପାଇଁ ବ୍ୟବହୃତ କରାଯାଏ। *ଯାତ୍ରୀ ସୁରକ୍ଷା ପ୍ରତି ପ୍ରତିବଦ୍ଧତା:ପୂର୍ବତଟ ରେଳପଥ ଜନସାଧାରଣଙ୍କ ପାଇଁ ଏକ ନିରାପଦ ଏବଂ ଅଧିକ ସୁରକ୍ଷିତ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରୁଛି। ସିସିଟିଭି କଭରେଜ୍, ଡ୍ରୋନ୍-ଆଧାରିତ ନିରୀକ୍ଷଣର ପ୍ରସାର ସହିତ,ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ସୁରକ୍ଷା ଏବଂ ସେବା ଉତ୍କର୍ଷତାକୁ ସୁଦୃଢ଼ କରିଚାଲିଛି।

Leave a Reply

Your email address will not be published. Required fields are marked *