ସମସ୍ୟା ର ସମାଧନ
ସମସ୍ୟା ର ସମାଧନ ଆଜିସୁଦ୍ଧା ନ ହେବାରୁ 13 ଖଣ୍ଡ ଗ୍ରାମ ର ଗ୍ରାମବାସୀ ଙ୍କ ଭୋଟ ବର୍ଜନ ର ନିଷ୍ପତିସୋରଡ଼ା ବ୍ଲକ ଅନ୍ତର୍ଗତ ଲାଠି ପୋଡ଼ା ପଞ୍ଚାୟତ 13 ଖଣ୍ଡ ଗ୍ରାମ ର ସମସ୍ୟା ସମାଧାନ କରିବାରେ ବିଫଳ ହେଲା ସ୍ଥାନୀୟ ପ୍ରଶାସନ ଗ୍ରାମବାସୀ ନେଲେ ଭୋଟ ବର୍ଜନର ନିଷ୍ପତ୍ତି। ଏହିଭଳି ଏକ କଠୋର ନିଷ୍ପତ୍ତିର ଦୃଶ୍ୟ ଦେଖିବାକୁ ମିଳିଛି ସୋରଡା ବ୍ଲକ୍ ଅନ୍ତର୍ଗତ ଲାଠିପଡା ଗ୍ରାମପଞ୍ଚାୟତର ଅବହେଳିତ ଗ୍ରାମ ଗୁରାଣ୍ଡିଆର ଶିବ ମନ୍ଦିର ଠାରେ। ଖବର ପ୍ରକାରେ ଲାଠିପଡା ଗ୍ରାମ ପଂଚାୟତର ବଲାଦୁ, ରଗଡା, ଜାଡ଼ମା, କଳାକିଆରି, ଗୋଛା, ଟିକିଡି, ଜ୍ୟୋତିନଗର, ଖିଲାବାଡି, ବରିଗୁଡ଼ା, ସଲପଗୁଡା, ଗୁରାଣ୍ଡିଆ, ବାଗିଡି ପ୍ରଭୃତି ପ୍ରାୟ ୧୩ ଖଣ୍ଡ ଗ୍ରାମରେ ଗମନାଗମନ, ଶିକ୍ଷା, ଏବଂ ସ୍ବାସ୍ଥ୍ୟ ଭଳି ବିଭିନ୍ନ ମୌଳିକ ସମସ୍ୟା ଲାଗି ରହିଥିବା ବେଳେ ଏ ନେଇ ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହେବା ପରେ ସମାଧାନର ପ୍ରତିଶ୍ରୁତି ମିଳିବା ପରେ କାର୍ଯ୍ୟକାରୀ ହୋଇନପରିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ରାଜ୍ୟସରକାର ଗ୍ରାମାଞ୍ଚଳ ଗୁଡିକର ସମସ୍ତ ବିକାଶ କରାଯାଇଥିବା ନେଇ ସଫେଇ ଦେଉଥିବା ଏବେବି ପ୍ରାୟତଃ ଆଦିବାସୀ ମାନେ ରହୁଥିବା ଏହି ଗ୍ରାମ ଗୁଡ଼ିକ ଅବହେଳିତ ହୋଇ ପଡ଼ିରହିଛି।

ମୁଖ୍ୟ ସମସ୍ୟାରେ ଏହି ଅଞ୍ଚଳରେ ରହୁଥିବା ଜନସାଧାରଣ ଯାତାୟାତ ପାଇଁ ଲାଠିପଡ଼ା ଠାରୁ ରାଗଡା ଛକ ପର୍ଯ୍ୟନ୍ତ ଜଙ୍ଗଲ ଜମି ଉପରେ ଯାଇଥିବା ପ୍ରାୟ ୫ କି.ମି ବ୍ୟାପୀ ମାଟି ରାସ୍ତାର ଅବସ୍ଥା ଅସମତଳ ତଥା ଖାଲଖମା ହୋଇ ଅତି ଶୋଚନୀୟ ଥିବାବେଳେ ବେଳେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବର୍ଷାଦିନେ ଏହି ରାସ୍ତା କାଦୁଅ ହୋଇ ଶୋଚନୀୟ ହୋଇ ପଡୁଥିବାରୁ ଜନସାଧାରଣ ଓ ଉଚ୍ଚ ଶିକ୍ଷା ନିମନ୍ତେ ଲାଠିପଡାକୁ ଯାଉଥିବା ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନାହିଁ।ସେଭଳି କେଉଁଠି ପାଣିର ସୁବ୍ୟବସ୍ଥା ନଥିବା ବେଳେ ବସୁଧା ଯୋଜନା କାର୍ଯ୍ୟକାରୀ ହୋଇନପାରି କେବଳ ହୋର୍ଡିଂ ଲାଗିରହିଛି। କିଛି କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି।ତେବେ ଏସବୁ ସମସ୍ୟା ବହୁଳ ବିଷୟବସ୍ତୁକୁ ନେଇ ଏହି ଅଞ୍ଚଳର ପ୍ରାୟ ୫୦୦ ଗ୍ରାମବାସୀ ଗୁରାଣ୍ଡିଆ ଗ୍ରାମର ଶିବମନ୍ଦିର ଠାରେ ଏକଜୁଟ ହୋଇ ଆଗମୀ ସାଧାରଣ ନିର୍ବାଚନରେ ଭୋଟଦାନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛିନ୍ତି।
ସୋରଡ଼ା ରୁ ନାରାୟଣ ଡାକୁଆ reporter
