ଖଡ଼ି ଛୁଇଁ ବିଦ୍ୟା ଆରମ୍ଭ କଲେ କୁନି ଛାତ୍ରଛାତ୍ରୀ

କୋଣାର୍କ,୦୨.୦୪ କୋଣାର୍କ ନିକଟସ୍ଥ ବାଲିଦୋକାନ ବଟେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ସକାଳେ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁ ପର୍ବ ସହ ଶିଶୁ ବାଟିକା ଶିକ୍ଷା ଶୁଭାରମ୍ଭ ହୋଇଛି। ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ରାୟଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ଖଡ଼ି ଛୁଇଁ ବିଦ୍ୟା ଆରମ୍ଭ କଲେ କୁନି ଛାତ୍ରଛାତ୍ରୀ। ୫ ବର୍ଷରୁ ଅଧିକ ବୟସ ପିଲାଙ୍କ ପାଇଁ ଚଳିତ ବର୍ଷ ଶିଶୁ ବାଟିକା ଶ୍ରେଣୀ ବ୍ୟବସ୍ଥା କରାଯାଇଛି। ସେମାନେ ଅଭିଭାବକ ମାନଙ୍କ ସହ ପ୍ରଥମ କରି ସ୍କୁଲ୍ ପ୍ରବେଶ କରିଛନ୍ତି। ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଫୁଲ୍ ଚନ୍ଦନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେ ପରେ ପୂଜାର୍ଚ୍ଚନା ସହ ସିଲଟ ଓ ଖଡିରେ ଖଡ଼ି ଛୁଆଁ ପର୍ବ ପାଳନ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟ କର୍ମଚାରୀ, ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *