ପୁରୁଷୋତ୍ତମପୁର ସନ ସାଇନ ଇଣ୍ଟରନେଶନାଲ ସ୍କୁଲରେ ଦଷମ ବାର୍ଷିକ ଉତ୍ସବ ପାଳନ!
ପୁରୁଷୋତ୍ତମପୁର ସନ ସାଇନ ଇଣ୍ଟରନେଶନାଲ ସ୍କୁଲରେ ଦଷମ ବାର୍ଷିକ ଉତ୍ସବ ପାଳନ! ପୁରୁଷୋତ୍ତମପୁରର ୱାର୍ଡ ନଂ-୧୪ କୁମ୍ଭାରୀ ଠାରେ ଥିବା ସନ ସାଇନ ଇଂରେଜି ମିଡ଼ିଏମ ସ୍କୁଲ ପରିସରରେ ଦଶମ ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଇଛି,ଅନୁଷ୍ଠାନର ସଭାପତି ଶିକ୍ଷାବିତ ଶ୍ରୀଯୁକ୍ତ ପ୍ରଫୁଲ କୁମାର ରଥ ଓ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ସୁନୀଲ କୁମାର ମହାନ୍ତିଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ସରକାରୀ ଡାକ୍ଟର ଶ୍ରୀ ଯୁକ୍ତ ମାନସ ରଞ୍ଜନ ବେହେରା(ସର୍ଜରୀ)ଯୋଗ ଦେଇଥିଲେ,ସମ୍ନାନୀତ ଅତିଥି ଭାବେ ସ୍ଥାନୀୟ ଏନ ଏ ସି ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ, ସମସ୍ତ ଅତିଥି ମାନେ ସର୍ବ ପ୍ରଥମେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣକରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ,ଅଧ୍ୟକ୍ଷ ମହୋଦୟ ଅନୁଷ୍ଠାନର ସମ୍ପାଦକୀୟ ବିବରଣୀ ପଠନ କରିଥିଲେ | ମୁଖ୍ୟ ବକ୍ତା ଡାକ୍ତର ଶ୍ରୀଯୁକ୍ତ ମାନସ ରଞ୍ଜନ ବେହେରା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଅଭିଭାବକ ମାନଙ୍କୁ ବିଦ୍ୟା ଏବଂ ବୁଦ୍ଧି ଉପରେ ସୁନ୍ଦର ଟିପ୍ସଣି ଦେଇ କହିଲେ ଯେ ଉଭୟ ସମସ୍ତଙ୍କ ପାଖରେ ରହିବା ନିହାତି ଜରୁରୀ ଏବଂ ଜଣେଛାତ୍ର ତାଙ୍କୁ ତାଙ୍କର ଶିଷ୍ଟାଚାର ଓ ଉତ୍ତମ ବୁଦ୍ଧି,ସଂସ୍କାର ଶିକ୍ଷାକଲେ ହିଁ ସେ ଜଣେ ଭଲ ମଣିଷ ହୋଇ ପାରିବ କହିଥିଲେ | ସେହିପରି ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ କହିଲେ କି ଆଗ୍ରହ ଥିଲେ ସବୁ ପିଲାମାନେ ନିଶ୍ଚିତ ଭାବେ ଭଲ ମଣିଷ ହୋଇ ପାରିବେ ବୋଲି ମତ ଦେଇଥିଲେ | ଏବଂ ସମସ୍ତ ଅଭିଭାବକ, ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଆମ ଭାଷା, ସଂସ୍କୃତି, ଏବଂ ଓଡ଼ିଆ ଜାତିର ପରମ୍ଫରା ଗୁଡାକୁ ବଞ୍ଚାଇ ରଖି ଏହାର ପ୍ରଚାର ଓ ପ୍ରସାର କରିବା ଆମର କର୍ତ୍ତବ୍ୟ ବୋଲି ସମସ୍ତଙ୍କୁ ଙ୍କୁ ଉପଦେଶ ଦେଇଥିଲେ,ଏହା ସହିତ ମୁଖ୍ୟ ଅତିଥି ଙ୍କ ମତ ଥିଲା କି ସବୁ ଛାତ୍ର, ଛାତ୍ରୀ ମାନେ ନିଜର ପିତା,ମାତାଙ୍କ ସେବା କରିବାକୁ କହିଥିଲେ,ଏବଂ ଆମ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅଧ୍ୟକ୍ଷ ମହୋଦୟଙ୍କୁ ଧନ୍ୟବାଦ ଦେବା ସହିତ ପ୍ରଶଂସା କରିଥିଲେ, କାରଣ ଏହି ସ୍କୁଲ ୨୦୧୨-୨୦୧୩ ମସିହାରେ ୨୧ ଗୋଟି କୁନି କୁନି ଛାତ୍ର ଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା କିନ୍ତୁ ଆଜି ସୁନୀଲ ସାରଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଂଗୁ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ୫୭୬ ରେ ପହଂଚିଛି,ଶେଷରେ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର,ସିଲ ବିତରଣ କରାଯାଇଥିଲା, ସ୍କୁଲର ପ୍ରଥମ ହୋଇ ଥିବା ଛାତ୍ର ଅଂଶୁମାନ ପାଳ ଙ୍କୁ ଅନୁଷ୍ଠାନ ତରଫରୁ କିଛି ଆର୍ଥିକ ରାଶି ନିଜ ହାତରେ ଅତିଥିଙ୍କ ଦ୍ୱାରା ପ୍ରଦାନ କରିଥିଲେ,ଶେଷରେ ସଭାପତି ଶ୍ରୀ ଯୁକ୍ତ ପ୍ରଫୁଲ କୁମାର ରଥ ଆଜିର ଏହି କାର୍ଯ୍ୟ କ୍ରମରେ ସମସ୍ତ ପିଲାମାନେ ଭଲ ପାଠ ପଢି ବାପା,ମାଆ ଓ ଦେଶ ଜାତିର ନାଁ ରଖିବା ସହିତ ଭଲ ମଣିଷ ହେବାକୁ କହିଥିଲେ,ଶେଷରେ ଛୋଟ, ଛୋଟ,ଛାତ୍ର ଛାତ୍ରୀ ଏବଂ ଅନ୍ୟାନ୍ୟ ବର୍ଗ,ବୟସର ଛାତ୍ର,ଛାତ୍ରୀଙ୍କ ନୃତ୍ୟ ରେ ଉପସ୍ଥିତ ଅଭିଭାବକ ଓ ଦର୍ଶକ ମାନେ ବିଭୋର ହୋଇ ଯାଇଥିଲେ | ଏହି ବାର୍ଷିକ ଉତ୍ସବରେ ଅନୁଷ୍ଠାନର ଗୁରୁ ମା ଅର୍ଚ୍ଚନା ନାୟଜ ଏବଂ ଦୀପ୍ତି ମୟୀ ପଣ୍ଡା ପୂର୍ଣ୍ଣ ସହଯୋଗ କରିଥିଲେ,ତତ ସହିତ ସ୍କୁଲର ସମସ୍ତ ଷ୍ଟାଫ,ଶିକ୍ଷକ,ଶିକ୍ଷୟତ୍ରୀ ମଧ୍ୟ ସହଯୋଗ କରିଥିଲେ ସର୍ଵ ଶେଷରେ ସ୍କୁଲରେ ଗୋଟିଏ ବିରାଟ ଭୋଜିର ଆୟୋଜନ କରାଯାଇଥିଲା ଫଳରେ ବାର୍ଷିକ ଉତ୍ସବ ସରିଲା ପରେ ସମସ୍ତ ଅଭିଭାବକ, କୁନିକୁନି ପିଲାମାନେ ଏବଂ ସମସ୍ତ ସ୍କୁଲ ଷ୍ଟାଫ୍ଫ ପ୍ରସାଦ ସେବନ କରି ଖୁସିରେ ନିଜ ନିଜ ଘରକୁ ଫେରିଲେ !
