ପିପଳ ପାଂକା ଜଳ ସେଚନ ପ୍ରକଳ୍ପ ର ବିଶ୍ରାମ ଗୃହ ର ଭିତ୍ତିପ୍ରସ୍ତ ସ୍ଥାପନ କଲେ ସୋରଡ଼ା ବିଧାୟକ ନୀଳମଣି ବିଶୋଇ

ସୋରଡ଼ା:୨୪/୧୦/୨୫ ଗଞ୍ଜାମ ସୋରଡ଼ା ର ବହୁ ପ୍ରତିକ୍ଷୀତ ପିପଳପଙ୍କା ଜଳସେଚନ ବିଭାଜନ ର ବିଶ୍ରାମ ଗୃହ ନିର୍ମାଣ ଅର୍ଥେ ସୋରଡ଼ା ଠାରେ ମାନ୍ୟବର ସୋରଡ଼ା ବିଧାୟକ ଙ୍କ କରକମଳ ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି | ବହୁ ଦିନ ପରେ ଲୋକ ମାନଙ୍କ ସ୍ବପ୍ନ ସାକାର ହେବାକୁ ଯାଉଥିବା ପିପଳପଙ୍କା ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ସୋରଡ ଜରାଉ ନିକଟ ରେ ଏକ ବିଶ୍ରାମ ଗୃହ ନିର୍ମାଣ ପାଇଁ ଭ୍ରୀତି ପ୍ରସ୍ଥ ସ୍ଥାପନ ସୋରାଡ ବିଧାୟକ କର କମଳ ରେ ଅନୁଷ୍ଠିତ ହୋଇଥିଲା l ଏହି ବିଶ୍ରାମଗାର ଟି ୮୬,୫୦, ୪୫୭/-ଟଙ୍କା ବ୍ୟୟ ରେ ନିର୍ମାଣ କରାଯିବା ର ସୂଚନା ରହିଛି l

ଏହି ଭିତ୍ତିପ୍ରସ୍ତ ସ୍ଥାପନ କାର୍ଯ୍ୟକ୍ରମ ସମୟରେ ପିପଳପଙ୍କା ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଶୋବନି ସାହୁ, ଭଞ୍ଜନଗର ଜଳସେଚନ ଅନୁବିଭାଗ ଅଧିକ୍ଷଣ ଯନ୍ତ୍ରୀ ରାଜୀବ କୁମାର ସେଠି, ସହକାରି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କେ ଦେବେନ୍ଦ୍ର ପ୍ରଧାନସହକାରୀ( ଇରିକେସନ୍)ଯନ୍ତ୍ରୀ ବିଜୟ ଚନ୍ଦ୍ର ପଟ୍ଟନାୟକ, ଠିକାଦାର ଭଗବାନ ପାଣିଗ୍ରାହୀ,ସୋରଡ଼ା ଏନଏସି ର ସାଂସଦ ପ୍ରତିନିଧି ସିମାଞ୍ଚଳ ଅଧିକାରୀ ପ୍ରମୁଖ ସୋରଡ଼ା ଜଳସେଚନ ଅନୁବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *