ସୋରଡ଼ା ବିଜେପିର ଭୋଟର ସଚେତନତା କାର୍ଯ୍ୟକ୍ରମ
ସୋରଡ଼ା-ଆସନ୍ତା ନିର୍ବାଚନକୁ ଦୃଷ୍ଟି ରେ ରଖି ସରକାର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କୁ ଆରମ୍ଭ କରିଥିବାରୁ ଏହା କିପରି ଭାବେ ସଫଳ ହୋଇ ଅଧିକ ରୁ ଅଧିକ ନୂଆ ଭୋଟର ଙ୍କ ସଂଯୋଗୀକରଣ ହୋଇପାରିବ ସେଥିପାଇଁ ବିଜେପି ତରଫରୁ ତପ୍ତରତା ଦେଖା ଦେଇଛି | ଏହି ପରିପେକ୍ଷୀରେ ସୋରଡ଼ା ବିଧାନସଭା କ୍ଷେତ୍ରର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀଙ୍କ ତତ୍ୱାବଧାନରେ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ସଭାପତିଙ୍କୁ ନେଇ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଗାଙ୍ଗପୁର ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କରାଯାଇ ଥିଲା । ଏଥିରେ ଆସ୍କା ଲୋକସଭାର ସାଂସଦ ପାର୍ଥୀନୀ ଅନିତା ସୁଭଦର୍ଶିନୀ, ଘୁମୁସର ସଂଗଠନିକ ଜିଲ୍ଲା ର ଉପସଭାପତି ଅଯୋଧ୍ୟା ନାଥ ମହାପାତ୍ର, ସାଧାରଣ ସମ୍ପାଦକ ନୀଳମାଧଵ ପାତ୍ର ଆଦିବାସୀ ମୋର୍ଚ୍ଚା ସଭାପତି ଦେବରାଜ ମଲିକ, ବିଧାନସଭା ସଂଯୋଜକ ରଜନୀକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ | ଏହି ବୈଠକ ରେ ଆସ୍କା ଲୋକ ସଭାର ବିସ୍ତାରକ ସନ୍ତୋଷ ବିଶ୍ୱାଳ ବୁଥ୍ ସଭାପତି ମାନଙ୍କୁ କିପରି ଭୋଟର ତାଲିକା ସଂଶୋଧନ କରାଯିବ ସେ ସମ୍ପର୍କ ରେ ପ୍ରଶିକ୍ଷଣ ଦେଇଥିଲେ ଓ ସର୍ବ ଶେଷରେ ଜିଲ୍ଲା ପରିଷଦ ସଭ୍ୟ ସୁଧୀର ଜେନା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
