ସୋରଡ଼ା ବ୍ଳକ ରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ
ସୋରଡ଼ା ବ୍ଳକ ରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ରେ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିବା ଉଦେଶ୍ୟ ରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ପଞ୍ଚାନନ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ସୋରଡ଼ା ର ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ଯୋଗ ଦେଇ ସୋରଡ଼ା ବ୍ଳକ ର ପ୍ରାୟ ଛବିଶ ଗୋଟି ପଞ୍ଚାୟତ ରୁ ଭତ୍ତା ପାଇଁ ଆବେଦନ କରିଥିବା ବିଧବା, ଭିନକ୍ଷମ, ଓ ବୃଦ୍ଧ 472 ଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ମଧୁବାବୁ ପେନସନ ଯୋଜନା ଓ 120 ଜଣ ଙ୍କୁ ଜାତୀୟ ସାମାଜିକ ସହାୟତା ଯୋଜନା ମାଧ୍ୟମ ରେ ଅନ୍ତର୍ଭୁକ୍ତ ହୋଇଥିବା ବ୍ୟକ୍ତି ମାନଙ୍କୁ ନିଜ କର କମଳ ରେ ଭତ୍ତା ବଣ୍ଟନ କରିଥିଲେ | ଓ ସେ କହିଥିଲେ l ଯେ ଯେମିତି କୌଣସି ଯୋଗ୍ୟ ହିତାଧିକାରୀ ଭତ୍ତା, ଆବାସ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଂଚିତ ନ ହୁଅନ୍ତି ବୋଲି ସେ ପ୍ରକାଶ କରିଥିଲେ l ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରିଣୀ ବିଶ୍ଵାମିତ୍ରା ଦଳାଇ,ସମସ୍ତ ଜନପ୍ରତିନିଧି,ଓ ବ୍ଳକ ର ସବୁ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ | ନୂତନ ହିତାଧିକାରୀ ମନେ ଭତ୍ତା ପାଇ ଖୁସି ର ଲହରୀ ଖେଳାଯାଇଥିବା ବେଳେ କିଛି ବ୍ୟକ୍ତ ସରକାର ଓ ସ୍ଥାନୀୟ ବିଧାୟକ ଙ୍କୁ ସାଧୁବାଦ ଜଣାଇ ଥିଲେ |
