ସୋରଡା ଏନ ଏ ସି ର ଅଜବ ବ୍ୟବସ୍ଥା: ମହିଳାଙ୍କ ଅନୁରୋଧ ରଖିଲେନି, ରାତି ଅଧରେ ଟିଣ ଉପାଡିଲେ, ଜିନିଷ ଫିଙ୍ଗିଲେ

ସୋରଡା-ଗଞ୍ଜାମ ଜିଲ୍ଲା ସୋରଡା ଏନ ଏ ସି ରେ ଜବର ଦଖଲ କୁ ନେଇ ଏବେ ବିବାଦ ଦେଖା ଦେଇଛି। ଯାହାକୁ ନେଇ ଏବେ ଜଣେ ମହିଳା ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଙ୍କୁ ଅଭିଯୋଗ କରିଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି। ସୋରଡା ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ମହିଳାଙ୍କ ଅଭିଯୋଗ ଗ୍ରହଣ କରିନଥିଲେ ଏବଂ ଉଚ ସ୍ଵର ରେ କଥା ହେବା ସହ ଉଚିତ ସମ୍ମାନ ପ୍ରଦର୍ଶନ କରିନଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ ସୋରଡା ଏନ ଏ ସି ଆଗ ରେ ଥିବା ମାର୍କେଟ କମ୍ପ୍ଲେକ୍ସ ଆଗରେ ଏକ ଅଣଓସାରିଆ ରାସ୍ତା ରେ କ୍ଷୀର ବିକିବା ପାଇଁ ଗୋଟିଏ ଛୋଟିଆ କାଠ ପେଢି ରଖିଥିଲେ ଏବଂ ଛୋଟିଆ ଟିଣ କୁ ଦୁଇଟି ପୋଲ ରେ ମଧ୍ୟରେ ଘୋଡାଇ ଗୋଟିଏ ଅଟୋ ରଖିଥିଲେ, ଯାହା ତାଙ୍କ ପୁଅ ଚଲାଇବା ସହ ପରିବାର ର ଗ୍ଜୁରାଣ ମେଣ୍ଟଉଥିଲେ। ଏହା କୁ ନେଇ ସୋରଡା ଏନ ଏ ସି ତରଫରୁ ଜବରଦଖଲ ଅଭିଯୋଗ କରାଯାଇ ବାଚନିକ ଭାବରେ ହଟାଇବା ପାଇଁ କୁହାଯାଇଥିଲା। ହଠାତ ସୋରଡା ଏନ ଏ ସି ର ଜଣେ କର୍ମଚାରୀ ରାତି ୯ ଟାରେ ଆସି ମହିଳାଙ୍କ ଘରକୁ ଯାଇ ସବୁ ଟିଣ ଓ ଆସବାବ ପାତ୍ର ହଟାଇବା ପାଇଁ କହିଥିଲେ। କିନ୍ତୁ ଘରେ କେହି ପୁରୁଷ ସଦସ୍ୟ ନଥିବା ଯୋଗୁଁ ମହିଳା ଜଣଙ୍କ ସକାଳୁ ହଟାଇବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ଅଫିସର ବାବୁ କିଛି ନ ଶୁଣିବା ସହ ରାତି ୧୧ ଟା ରେ ଆସି ଜବରଦସ୍ତ ଟିଣ ସବୁ ଭାଙ୍ଗି ସଫେଇ ଗାଡି ରେ ନେବା ସହ ଆସବାବ ପାତ୍ର ସବୁ କେଉଁ ଆଡେ ଫୋପାଡି ଦେଇଥିଲେ। ଏ ସମ୍ପର୍କରେ ମହିଳା ଜଣକ ପରଦିନ ସକାଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଭେଟି ଅଭିଯୋଗ କରିବା ପରେ କେହି ଅଭିଯୋଗ ରଖିନଥିଲେ ଏବଂ ମହିଳା ଙ୍କ ସହ ଉଚ ସ୍ଵର ରେ କଥା ହେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଏହି ସମୟରେ ଅନ୍ୟଜଣେ କର୍ମଚାରୀ ମହିଳା ଜଣଙ୍କ ସହ ଉଚ ସ୍ଵର ରେ କଥା ହେବା ସହ ସୋରଡା ଏନ ଏ ସି ରୋଡ ତମ ବାପା ର ସମ୍ପତି ନୁହଁ ବୋଲି ମଧ୍ୟ କହିଥିଲେ। ପରେ ପୁଣିଥରେ ସବୁ ଆସବାବ ପାତ୍ର ଆଣି ମହିଳା ଜଣକ ଘରେ ଆଗରେ ଥୋଇଦେଇ ପଳେଇଥିଲେ। ଏହା କୁ ମହିଳା ଜଣଙ୍କ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ନୀଳମାଧବ ଭୋଇ ଙ୍କ ନିକଟ କୁ ଏକ ଲିଖିତ ଅଭିଯୋଗ ପଠାଇବା ସହ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ମଧ୍ୟ ଜଣାଇଛନ୍ତି। ସବୁଠାରୁ ଚିନ୍ତା ର ବିଷୟ ହେଲା ସୋରଡା ଏନ ଏ ସି ର କର୍ମଚାରୀ ମାନଙ୍କ ଏହି ପରି ବ୍ୟବହାର ନିଶ୍ଚିତ ଦୁଖଦାୟକ। ଜଣେ ଅଧିକାରୀ ଭାବେ ମହିଳା ଙ୍କ ଅଭିଯୋଗ ଶୁଣିବାର ଥିଲା ଏବଂ ଏହିପରି ଉଚ ସ୍ଵର ରେ କଥା ହେବା ପରିବର୍ତେ ସମାଧାନ ପାଇଁ ରାସ୍ତା ବାହାର କରିବାର ଥିଲା। ଏବଂ ଯେଉଁ ସରକାରୀ କର୍ମଚାରୀ ଜଣଙ୍କ ରାତି ୯ ଟା ରେ ମହିଳା ଜଣକୁ ସବୁ ଜିନିଷ ବାହାର କରିବା ପାଇଁ କହିଥିଲେ ସେ ମଧ୍ୟ ଏତିକି ଭୁଲିଯାଇଥିଲେ ଯେ ରାତିରେ ଜବରଦଖଲ ଉଛେଦ କରିବା ଯୁକ୍ତିଯୁକ୍ତ ନୁହଁ ଆଉ ଯଦି ଘରେ କେହି ପୁରୁଷ ସଦସ୍ୟ ନାହାନ୍ତି ସେତେବେଳେ ଜଣେ ସରକାରୀ କର୍ମଚାରୀ ଘରକୁ ଯାଇ କହିବା କେତେଦୂର ଠିକ ବୋଲି ଏବେ ପ୍ରଶ୍ନ ହେଉଛି। ରାତି ଅଧରେ ଏହିପରି ଜବରଦଖଲ ଉଛେଦ କରିଥିବା କର୍ମଚାରୀ ଜଣଙ୍କ ଶାନ୍ତନୁ କୁମାର ଶତପଥୀ ଏବଂ ସେ ସୋରଡା ଏନ ଏ ସି ରେ ବହୁ ବର୍ଷ ଧରି ଚାକିରି କରୁଥିବା ବେଳେ ଗତ କିଛି ମାସ ହେଲା ଜୟପୁର କୁ ବଦଳି ହୋଇଥିଲା ତେବେ କୌଣସି ପ୍ରକାରେ ବର୍ତମାନ ସୋରଡା ଏନ ଏ ସି ସେ ପୁଣିଥରେ ଡେପ୍ଯୁଟେସନ ରେ ଆସିଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଙ୍କୁ ମହିଳା ଜଣଙ୍କ ନ୍ୟାୟ ପାଇଁ ଦାବି କରିଛନ୍ତି।
ରିପୋର୍ଟ – ନାରାୟଣ ଡାକୁଆ

Leave a Reply

Your email address will not be published. Required fields are marked *