ଜୀବନ ବୀମା କମ୍ପାନୀ ରେ ଯାଜପୁର ରେ ଶ୍ରେଷ୍ଠ ସଫଳତା ଅର୍ଜନ କରିଛନ୍ତି ସୋମ୍ୟ ପ୍ରକାଶ ଜେନା

ଜୀବନ ବୀମା କମ୍ପାନୀ ରେ ଯାଜପୁର ରେ ଶ୍ରେଷ୍ଠ ସଫଳତା ଅର୍ଜନ କରିଛନ୍ତି ସୋମ୍ୟ ପ୍ରକାଶ ଜେନା l ନିଜର ଅକ୍ଲାନ୍ତ ପରିଶ୍ରମ, ସିନିଅର ଙ୍କ ପ୍ରେରଣା, ପିତା ମାତା ଙ୍କ ଆଶୀର୍ବାଦ ପାଇଁ ଆଜି ସେ ଏ ସଫଳତା ସାଉଁଟିଥିବା କହିଛନ୍ତି l ଯାଜପୁର ଜିଲ୍ଲା ର ଯାଜପୁର ରୋଡ ଶାଖା ରେ କାର୍ଯ୍ୟରତ ସୋମ୍ୟ ପ୍ରକାଶ ଜେନା 2024-25 ବର୍ଷରେ ଯାଜପୁର ଜିଲ୍ଲାର ଶ୍ରେଷ୍ଠ MDRT ଭାବେ ବିବେଚିତ ହୋଇଥିବାରୁ ଶାଖା ପରିଚାଳକ ଙ୍କ ସମେତ ସମସ୍ତ କର୍ମଚାରୀ ତାଙ୍କୁ ସମବେଦନା ଜଣାଇବା ସହିତ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ l ଏବଂ ଆଗକୁ ଆହୁରି ଉପରକୁ ଯିବା ପାଇଁ ପ୍ରେରଣା ମଧ୍ୟ ଦେଇଥିଲେ l ଦୀର୍ଘ ୫ବର୍ଷ ର ଅଭିଜ୍ଞନ୍ତା କୁ ନେଇ ସେ ନିଜକୁ ଏହି ବୀମା କ୍ଷେତ୍ରରେ କାର୍ଯ୍ୟ କରୁଥିବାରୁ ଯାଜପୁର ଜିଲ୍ଲା ସ୍ତରରେ ଶୀର୍ଷ ରେ ପହଞ୍ଚିଛନ୍ତି ବୋଲି ତାଙ୍କର ଉପରିସ୍ଥ ଅଧିକାରୀ ଧର୍ମେନ୍ଦ୍ର ନିଆଲ କହିଛନ୍ତି l ସୌମ୍ୟ ନିଜେ ସମସ୍ତଙ୍କୁ ଏଲ ଆଇ ସି କୁ ଆଦରି ନେଇ ଜୀବନ ସୁସ୍ଥ ରଖିବା ପାଇଁ ପରାମର୍ଶ ଦେଇଥିଲେ l

Leave a Reply

Your email address will not be published. Required fields are marked *