ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସଵ

ଚାରିଛକ :- ୩୧ /୦୧ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତ ବାଲୁଙ୍କ ବାସୁଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରମଣି ବିଶ୍ୱାଳ ଙ୍କ ଜାନୁଆରୀ ୩୧ ତାରିଖ ବୁଧବାର ଦିନ ଚାକିରିରୁ ଅବସର ଗ୍ରହଣ କରିଛନ୍ତି ।ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଏ ବି ଇ ଓ ନିମାପଡା ର ଶ୍ରୀମତୀ ପ୍ରତିଭା ମହାନ୍ତି ମୁଖ୍ୟ ବକ୍ତା ଭାବେ ଅଣ୍ଡିଆ ସାହି ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୁର୍ଣଚନ୍ଦ୍ର ରାଉତ ସମ୍ନାନିତ ଅତିଥି ଭାବେ ଛଣିଜଙ୍ଗ ପଞ୍ଚାୟତ ସରପଞ୍ଚ ଅଜୟ କୁମାର ପରିଡା ଯୋଗଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ଏହି ସଭାରେ ସଭାପତି ଭାବେ ବାହାରଣା ନୀଳମଣି ସ୍ମୃତି ଵିଦ୍ୟାପୀଠ ବାହାରଣା ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଅନାଦୀଚରଣ ନାୟକ ଯୋଗଦେଇ ମଞ୍ଚ ପରିଚାଳନା କରିଥିଲେ । ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ୱାଳ ଗତ ୧୯୮୬ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ପ୍ରାୟ ୩୮ ବର୍ଷ ଧରି ନିଷ୍ଠାପର ବିନା ସ୍ୟାର୍ଥରେ ସୁଚାରୁ ରୂପେ କାର୍ୟ୍ଯ ତୁଲାଉଥିଲେ ।ଏହି ବିଦାୟ କାଳୀନ ଉତ୍ସଵ ରେ ଅବସର ନେଉଥିବା ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ୱାଳ ଙ୍କ କାର୍ଯ୍ୟ କଳାପ ଓ ଗୁଣ ଉପରେ ପ୍ରତି ଭାଷଣରେ ନିମତ୍ରିତ ଅତିଥି ସହ ପୁରାତନ ଓ ନୂତନ ଛାତ୍ର ଛାତ୍ରୀ ମାନେ କହିଥିଲେ ।ଏହି ଉତ୍ସଵ ରେ ଉକ୍ତ ବାସୁଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଯୁଧିଷ୍ଠିର ଖଟୋଇ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସିନ୍ଧାନ୍ତ ଓଝା ଉପସ୍ଥିତ ରହି ବିଦାୟ ଉତ୍ସଵ ରେ ସହଯୋଗ କରୁଥିଲା ବେଳେ ନିମତ୍ରିତ ଶିକ୍ଷକ କୃଷ୍ଣଚନ୍ଦ୍ର ବାରିକି ,ତୋଫାନ ପାତ୍ର ,ବାସୁଦେବ ଶତପଥୀ ,ପ୍ରବୋଧ ବିଶ୍ୱାଳ ,ଆଲୋକ କୁମାର ମିଶ୍ର ,ଓଡ଼ଗୁଆ କ୍ଲଷ୍ଟର ସି ଆର ସିସି କାଳନ୍ଦୀ ଚରଣ ଜେନା ,ଗୋବିନ୍ଦ ଓଝା ,ଅନାଥ କୁମାର ପରିଡା ସହିତ ବିଦ୍ୟାଳୟ ର ପରିଚଳନା କମିଟି ର ସଭାପତି ରୋହିତ କୁମାର ମାଝୀ ଓ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ କରିଥିଲେ ।ସର୍ବଶେଷରେ ବିଦ୍ୟାଳୟ ର ଶିକ୍ଷକ ଯୁଧିଷ୍ଠିର ଖଟୋଇ ମାନପତ୍ର ପଠନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।ଗ୍ରାମବାସୀ ଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରୋସେସନ କରି ପ୍ରଧାନ ଶିକ୍ଷକ ଙ୍କୁତାଙ୍କ ବାସଭବନ ରେ ଛାଡି ଥିଲେ ।

Leave a Reply

Your email address will not be published. Required fields are marked *