ରଥଯାତ୍ରା ୨୦୨୫ ପାଇଁ ଏସ୍‌ପି ପୁରୀଙ୍କ ସାହି ଗ୍ରସ୍ତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା।

ଆସନ୍ତା ରଥଯାତ୍ରା ୨୦୨୫ ସମୟରେ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ, ଏସ୍‌ପି ପୁରୀ ଶ୍ରୀ ବିନିତ ଅଗ୍ରୱାଲ, ଆଇପିଏସ ଆଜି ମଙ୍ଗଳାହାଟ ଛକ, ଧୋବାସାହି ଛକ, ମଙ୍ଗଳାହାଟ ଗାଁ, ମିଶ୍ରସାହି ରାସ୍ତା ଦେଇ ଗଡ଼ନ୍ତି ଛକ, ଓଡ଼ିଆ ମଠ ରାସ୍ତା ଆଦି ସ୍ଥାନ ବୁଲି ଭକ୍ତ ଓ ସାହିରେ ରହୁଥିବା ସ୍ଥାନୀୟ ଲୋକ ମାନଙ୍କ ସୁବିଧା ଓ ଅସୁବିଧା ଅନୁଧ୍ୟାନ କରିଛନ୍ତି।ଏହି ଗ୍ରସ୍ତ ସମୟରେ ସ୍ଥାନୀୟ ନିବାସୀମାନେ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗଗୁଡ଼ିକୁ ଗ୍ରହଣ କରିଛନ୍ତି। ମୁଖ୍ୟ ଅଭିଯୋଗଗୁଡ଼ିକ:ସ୍ଥାନୀୟ ଯାନବାହନର ନିୟନ୍ତ୍ରିତ ଚଳାଚଳ।ଭକ୍ତମାନେ ନିର୍ଦ୍ଦିଷ୍ଟ ମାର୍ଗ ଜାଣିନଥିବାରୁ ସମସ୍ୟା।ଏସ୍‌ପି ପୁରୀ ସ୍ଥାନୀୟ ଲୋକଙ୍କ ଅଭିଯୋଗ କୁ ଗମ୍ଭୀରତା ସହିତ ଗ୍ରହଣ କରି କମ ସମୟମଧ୍ୟରେ ସମାଧାନ କରାଯିବ ବୋଲି ନିଶ୍ଚିତ ଆଶ୍ୱାସନ ଦେଇଛନ୍ତି।ଏହି ଗ୍ରସ୍ତ ସମୟରେ ଏସ୍‌ପି ପୁରୀ ଯେଉଁଥିରେ ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ୨୦୨୫ ପାଇଁ ଭକ୍ତମାନଙ୍କ ଗୁଡିକୁ ଲେନ୍‌ ଭିତିକ ଆଗମନ କେମିତି ବଡଦଣ୍ଡ କୁ ପ୍ରବେଶ କରାଯିବ ତାହା ଆଲୋଚନା କରିଥିଲେ।

ଏହି ଗ୍ରସ୍ତରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲଙ୍କ ସହ ଅଧିକାରୀମାନେ ଥିଲେ ଅତିରିକ୍ତ ଏସ୍‌ପି ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକଅତିରିକ୍ତ ଏସ୍‌ପି ଶ୍ରୀ ସଚିନ ପଟେଲସିଟି ଡ଼ିସପି ଶ୍ରୀ ପ୍ରଶାନ୍ତ କୁମାର ସାହୁଟ୍ରାଫିକ ଡ଼ିସପି ଶ୍ରୀ ରାଜକୁମାର ପରିଡାମନ୍ଦିର ଏସି ଶ୍ରୀ ଘନଶ୍ୟାମ ହେମ୍ବ୍ରମମନ୍ଦିର ଏସି ଶ୍ରୀ ବିଜୟ ନନ୍ଦଟ୍ରାଫିକ୍ ଆଇଆଇସି ଶ୍ରୀ ଜୟଦୀପ ମହାନ୍ତିଟାଉନ୍ ଆଇଆଇସି ଶ୍ରୀ ଗୋକୁଳ ରଞ୍ଜନ ଦାସବସେଲିସାହି ଆଇଆଇସି ଶ୍ରୀ ବିକ୍ରମ କିଶୋର ଜେନାସିଂହଦ୍ୱାର ଥାନା ଆଇଆଇସି ଶ୍ରୀମତୀ ଶ୍ୱେତାପଦ୍ମା ଦାଶଏସ୍‌ପି ପୁରୀ ସମସ୍ତ ଅଧିକାରୀଙ୍କୁ ସଂବେଦନଶୀଳ ଏବଂ ଭୀର ଅଞ୍ଚଳ ଚିହ୍ନଟ କରି ମାଇକ୍ରୋ ଯୋଜନା ପ୍ରସ୍ତୁତି ନିମିତ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସେ ମନ୍ଦିର ପ୍ରଶାସନ, ପୋଲିସ ଓ ସେଠାକାର ଲୋକମାନଙ୍କ ସହ ସମନ୍ୱୟ ରଖି ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ଆଧ୍ୟାତ୍ମିକ ଅନୁଭବ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ପ୍ରୟାସ ଜାରି ରହିଛି।

Leave a Reply

Your email address will not be published. Required fields are marked *