ଶ୍ରୀ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ Special Intensive Revision (SIR) ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଲା

*ଆଜି ଦିନାଙ୍କ ୦୬.୦୮.୨୦୨୫ ରେ ପ୍ରାତଃ ୧୦.୦୦ ରୁ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ, ପୁରୀ ଶ୍ରୀ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ Special Intensive Revision (SIR) ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଲା ।**ଉକ୍ତ ପ୍ରଶିକ୍ଷଣ ଶିବିରରେ ଉପ-ଜିଲ୍ଲାପାଳ ଶ୍ରୀ ରାଜକିଶୋର ଜେନା, ମଣ୍ଡଳ ଉନ୍ନୟନ ଅଧିକାରୀ (ପୁରୀ ସଦର) ଶ୍ରୀ ସମ୍ବିତ ଶତପଥୀ ଓ ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀମତୀ ଆଦ୍ୟାଶା ରଥ ଉପସ୍ଥିତ ରହିଥିଲେ ।*

ଏହି ଶିବିରରେ ନିଯୁକ୍ତ ଜିଲ୍ଲା ସ୍ତରୀୟ ମାଷ୍ଟର୍ ପ୍ରଶିକ୍ଷକ ଓ ବିଧାନସଭା ସ୍ତରୀୟ ମାଷ୍ଟର୍ ପ୍ରଶିକ୍ଷକ ମାନଙ୍କୁ ଉପ-ଜିଲ୍ଲାପାଳ ଓ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା Master Trainer ଭାବରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।**ଏହି ପ୍ରଶିକ୍ଷଣ ମାଧ୍ୟମରେ Special Intensive Revision (SIR) ର ନିୟମ ଅନୁଯାୟୀ ଉକ୍ତ କାର୍ଯ୍ୟକୁ ସୂଚାରୁ ଭାବେ ସମ୍ପାଦନ କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।*

Leave a Reply

Your email address will not be published. Required fields are marked *