ମହାନଗର ନିଗମର ସ୍ୱତନ୍ତ୍ର ବୈଠକରେ ୧୩୫ କୋଟିର ଆକ୍ସନ ପ୍ଳାନ
ବ୍ରହ୍ମପୁର :: ବ୍ରହ୍ମପୁର ମହାନଗର ନିଗମର ଏକ ସ୍ୱତନ୍ତ୍ର ବୈଠକ ସ୍ଥାନୀୟ ନୂତନ କାଉନସିଲ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ମେହେର ସଙ୍ଗମିତ୍ରା ଦଳେଇ ପ୍ରତେକ୍ୟ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବୈଠକରେ କାଉନସିଲ୍ର ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ l ଆସନ୍ତା ୨୦୨୫- ୨୦୨୬ ଆର୍ଥିକ ବର୍ଷ ପାଇଁ ଆସିଥିବା ଅର୍ଥର ଆକ୍ସନ ପ୍ଲାନ ପାଇଁ ହୋଇଥିବା ବୈଠକରେ ମହାନଗର ନିଗମ କମିଶନର ଯୋଗ ଦେଇନଥିଲେ l ଗତ କାଉନସିଲ୍ ବୈଠକରେ କମିଶନର ଙ୍କୁ ବୈଠକ ଗୃହ ତ୍ୟାଗ କରିବାକୁ ଜନୌ କ କର୍ପୋରେଟର କହିବା ଘଟଣାକୁ ଗୃହରେ ନିନ୍ଦା କରା ଯାଇଥିଲା l ଯାହାକୁ ନେଇ ମହାନଗର ନିଗମ ମେହେର ସଙ୍ଗ ମିତ୍ରା ଦଳେଇ କାଉନସିଲ୍ ବୈଠକରେ ସମସ୍ତ କର୍ପୋରେଟର ଙ୍କ ପକ୍ଷରୁ କମିଶନର ଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ l ଏହି ଘଟଣା ପରେ କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ କମିଶନର ଙ୍କୁ ତୁରନ୍ତ କାଉନସିଲ୍ ବୈଠକ କୁ ଯୋଗ ଦେବା ପାଇଁ ମେହେର ଙ୍କୁ ଅନୁରୋଧ କରିଥିଲେ l ମେହେର ଙ୍କ ଅନୁରୋଧ କୁ ରକ୍ଷା କରି କମିଶନର ଭାବାନୀ ଶଙ୍କର ମିଶ୍ର ଆଜିର ଆୟୋଜିତ ବୈଠକରେ ଯୋଗ ଦେଇଥିଲେ l ଶନିବାର ଆୟୋଜିତ ବୈଠକରେ ମହାନଗର ନିଗମ ପାଇଁ ୨୦୨୫ – ୨୦୨୬ ଆର୍ଥକ ବର୍ଷ ପାଇଁ ସରକାର ପ୍ରଦାନ କରିଥିବା ୧୩୫ କୋଟିର ୩୩. ୮୦ ହଜାର ଟଙ୍କାର ଆକ୍ସନ ପ୍ଲାନ ପ୍ରସ୍ତୁତି ପାଇଁ ଆଲୋଚନା ହୋଇଥିଲା l ଏହି ଆର୍ଥିକ ୫ଟି ଯୋଜନା ଆର୍ଥିକ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପାଇଁ ୩୮ କୋଟି ୫୮ ଲକ୍ଷ ୨୬ହଜାର ସ୍ୱର୍ଚ୍ଚ ଓଡିଶା ଯୋଜନା ପାଇଁ ୯ କୋଟି ୧୫ ଲକ୍ଷ ୪୬ ହଜାର ଟଙ୍କା ୱାଟର ଡ୍ରେନେଜ ପାଇଁ ୧୦କୋଟି ୫୨ଲକ୍ଷ ୬ହଜାର ଟଙ୍କା ୧୫ତମ ପାଇନେନ୍ସ କମିଶନର ୫୬କୋଟି ୨୧ଲକ୍ଷ ୫୨ ହଜାର ଏବଂ ପାଇନେନ୍ସ କମିଶନର ବାବଦକୁ ୨୫କୋଟି ୮୬ ଲକ୍ଷ ୫୦ ହଜାର ଟଙ୍କାକୁ କିଭଳି ଖର୍ଚ୍ଚ କରାଯିବ ସେହି ବିଷୟରେ ଆଲୋଚନା ହୋଇଥିଲା l ଆସନ୍ତା ୧୫ ତାରିଖ ସୁଦ୍ଧା ସରକାର ଙ୍କୁ ଏହି ଆକ୍ସନ ପ୍ଲାନ ପଠା ଯିବ ପରେ ଅର୍ଥ ମଞ୍ଜୁର ହେବ ବୋଲି ମେହେର ସୂଚନା ପ୍ରଦାନ କରିଥିଲେ l ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ ପାଇଁ ସରକାର ଙ୍କ ନିକଟକୁ ନିଗମ ପକ୍ଷରୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି l ତାହା ବହୁତ କମ୍ ବୋଲି କହିଛନ୍ତି କମିଶନର ଶନିବାର ବ୍ରହ୍ମପୁର ମହାନଗର ନିଗମ ସ୍ୱତନ୍ତ୍ର ବୈଠକ ରେ ମେହେର ସଙ୍ଗମିତ୍ରା ଦଳେଇ, କମିଶନର ଭବାନୀ ଶଙ୍କର ମିଶ୍ର ସିଟି ଇଞ୍ଜିନିଅର ପ୍ରମୋଦ ପାତ୍ର ଡେପୁଟି କମିଶନର, କଲ୍ୟାଣୀ ସଙ୍ଗମିତ୍ରା ଙ୍କ ସମେତ ସମସ୍ତ ବିଭାଗ ର ଅଧିକାରୀ ଯୋଗ ଦେଇଥିଲେ l
