ବିକଶିତ ଗାଁ ବିକଶିତ ଓଡିଶା ନେଇ ସ୍ଵତନ୍ତ୍ର ଅଧିବେଶନ
କାକଟପୁର, କାକଟପୁର ବ୍ଲକ ସମ୍ମେଳନ କକ୍ଷରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ନେଇ ସ୍ଵତନ୍ତ୍ର ଅଧିବେଶନ ମଙ୍ଗଳାବର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଡ଼ିଓ ବିଷ୍ଣୁ ଗୋବିନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, ବ୍ଲକ ଅଧକ୍ଷ ଶ୍ରୀଧର ନାୟକ, ସହକାରୀ ଯନ୍ତ୍ରୀ ସ୍ନେହାସିସ ସୁବୁଦ୍ଧି ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ଓ ଗ୍ରାମକୁ ଆସିବାକୁ ଥିବା ବିଭିନ୍ନ ପ୍ରକଳ୍ପର ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ। ଅନୁଦାନ ଅର୍ଥର ୪୦ଭାଗ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ଅନୁମୋଦିତ ହେବ। ଏହି ଅର୍ଥରେ ରାସ୍ତା କାର୍ଯ୍ୟ, ଧାର୍ମିକ ନିର୍ମାଣ କାର୍ଯ୍ୟ ସହ ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ କରି ପାରିବେ।
