ଖୁବଶୀଘ୍ର ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା
ଖୁବଶୀଘ୍ର ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ଆଇନମନ୍ତ୍ରୀ, whats app
Ar – ପୁରୀବାସୀଙ୍କ ଶ୍ରୀମନ୍ଦିର ସହଜ ପ୍ରବେଶ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା। ଖୁବଶୀଘ୍ର ପୁରୀବାସୀଙ୍କ ପାଇଁ ସୁବିଧା ବ୍ୟବସ୍ଥା କରାଯିବ। ଦିନକୁଦନ ପୁରୀକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ବଢିଛି। ବହିରାଗତ ଭକ୍ତଙ୍କ ଭଳି ପୁରୀବାସୀଙ୍କୁ ମଧ୍ୟ ଦର୍ଶନର ସୁବିଧା ଦିଆଯିବ। ଆସନ୍ତା 21 ତାରିଖ ପରିଚାଳନା କମିଟି ବୈଠକରେ ଏ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ,କିଛିଦିନ ପୂର୍ବରୁ ପୁରୀବାସୀଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ବିଭିନ୍ନ ସଂଗଠନ ସହ ଶ୍ରୀମନ୍ଦିର ସେଵାୟତ ସଂଘ ମଧ୍ୟ କରିଥିଲା ଦାବି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକଥା ଜଣାଇବା ନେଇ ବିଭିନ୍ନ ସଂଗଠନର ବୈଠକରେ ମଧ୍ୟ ହୋଇଥିଲା ନିଷ୍ପତ୍ତି। ଆସନ୍ତା 22 ତାରିଖରେ ପୁରୀର ବାସିନ୍ଦା ଶ୍ରୀମନ୍ଦିର ନିକଟସ୍ଥ ଏମାର ମଠ ଚକଡାରେ ଦୀପଜାଳି ନିରବ ପ୍ରତିବାଦ କରିବେ ବୋଲି କାର୍ଯ୍ୟକ୍ରମ ରହିଛି |
ବାଇଟ୍- ପୃଥ୍ୱୀରାଜ ହରିଚନ୍ଦନ,, ଆଇନମନ୍ତ୍ରୀ
( ନଭେମ୍ବର 10 ରେ ପୁରୀବାସୀ ଦର୍ଶନ ଇସ୍ୟୁ ଏବଂ ନଭେମ୍ବର 13 ରେ PURI PUBLIC DARSAN ISSUE ନାମରେ ଭିଜୁଆଲ୍ ମେଲରେ ଯାଇଥିଲା,, ଉଭୟ ନଭେମ୍ବର 10 ଓ 13 ତାରିଖର ଭିଜୁଆଲ୍ ମିଶେଇକି ଷ୍ଟୋରୀ ନେବାକୁ ଅନୁରୋଧ )
