ସମ୍ଭାଷଣ ର ବ୍ୟାକରଣ ଏକ ବାକ୍ ପଟୁତାର କଳାକୌଶଳ
ଢେ଼ଙ୍କାନାଳ ୧୪/୦୯ ସମ୍ଭାଷଣ ର ବ୍ୟାକରଣ ଏକ ବାକ ପଟୁତାର କଳାକୌଶଳ ବୋଲି ଶିକ୍ଷାବିତ ପ୍ରାକ୍ତନ ପ୍ରାଧ୍ୟାପକ ଡ଼ଃ ଭବାନୀ ପ୍ରସାଦ ମିଶ୍ର ମତଵ୍ୟକ୍ତ କରିଥିଲେ। ପ୍ରକାଶ ଥାଉକି ଅଦ୍ୟ ଢେ଼ଙ୍କାନାଳ ଜିଲ୍ଲା ଲେଖକ ସଂସଦ ଶାଣ୍ଡିଲ୍ୟ ବସନ୍ତ ଭବନ ପରିସରରେ ନ୍ୟାୟମୂର୍ତ୍ତୀ ଭିକାରୀ ଚରଣ ରାଉତ ଙ୍କ ଦ୍ବାରା ଗବେଷଣା ମୁଳକ ସନ୍ଦର୍ଭ “ସମ୍ଭାଷଣ ରେ ବ୍ୟାକରଣ” ରଚିତ ପୁସ୍ତକ ଅଧ୍ୟାପିକା ବିଶ୍ୱବାସିନି ମହାନ୍ତି ଙ୍କ ଦ୍ବାରା ପ୍ରକାଶିତ ଲୋକାର୍ପଣ ଉତ୍ସବରେ ସଂସଦ ର ସଭାପତି ବସନ୍ତ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡ଼ଃ ଭବାନୀ ପ୍ରସାଦ ମିଶ୍ର ଯୋଗଦାନ କରିଥିଲେ।ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ବିଶିଷ୍ଟ ସାହିତ୍ୟିକ ଶରତ କୁମାର ମିଶ୍ର ( ଭରଦ୍ୱାଜ) ସମ୍ଭାଷଣ ର ବ୍ୟାକରଣ ପୁସ୍ତକକୁ ପାଠ କଲେ ଯେକୌଣସି ବିଷୟରେ ଜଣେ ବକ୍ତୃତା ପ୍ରଦାନ କରିପାରିବ। କର୍ତ୍ତବ୍ୟ ଦାୟିତ୍ବ ବୋଧର ଜ୍ୱଳନ୍ତ ଉଦାହରଣ ଭିକାରୀ ବାବୁ।ନ୍ୟାୟମୂର୍ତ୍ତୀ ଶ୍ରୀଯୁକ୍ତ ରାଉତ ପୁସ୍ତକ ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖି କହିଥିଲେ ଯେ ଆମେ ଭାରତୀୟ। ଭାରତର ଇତିହାସ, ଦର୍ଶନ ଓ ସଂସ୍କୃତି ଆମ ପ୍ରେରଣାର ଉତ୍ସ। ଯାହାକୁ ଆଧାରକରି ଆଗାମୀ ପୀଢ଼ି ଉଚିତ ମାର୍ଗକୁ ଆପଣାଇ ପାରିବେ ସେହି ଲକ୍ଷ୍ୟ ନେଇ ପୁସ୍ତକଟିକୁ ଲେଖିଛି। ସେଇଥି ପାଇଁ ଆଗାମୀ ପୀଢ଼ି ମୋ ନାତି, ନାତୁଣୀ ହ୍ରିଦାନ ଓ ଶ୍ରେୟା ବୈଷ୍ଣବୀ ଙ୍କ କରକାମଳରେ ଉତ୍ସାର୍ଗୀ କୃତ କରିଛି। ଉପମା ସାମଲ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଲେଖକ ଙ୍କୁ ପୁସ୍ତକ ନିମନ୍ତେ ପ୍ରେରଣା ଯୋଗାଇ ଥିବା ୫ ଜଣ ବ୍ୟକ୍ତି ଡଃ ପ୍ରମୋଦ ମିଶ୍ର, ଉପେନ୍ଦ୍ର ରାଉତ, ପରିବେଶ ବିତ୍ ହରିହର ସାହୁ,ଭାଗିରଥି ସାହୁ ଓନିରୁପାମା ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସଭାପତି ବସନ୍ତ କୁମାର ପଟ୍ଟନାୟକ ଏହା ଏକ କାଳଜୟୀ ପୁସ୍ତକ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ ଉତ୍ସବ କୁ ଜିଲାଲେଖକ ସଂସଦ ର ସମ୍ପାଦକ ହୃଦାନନ୍ଦ ଦ୍ବିବେଦୀ ସଂଯୋଜନା କରିଥିଲେ ଓ ପରିଚାଳନା ସମ୍ପାଦକଅଞ୍ଜନ ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ବୋଲି ସଂସଦର ସମ୍ପଦକ ଏକ ପ l
