ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଛି। ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନଙ୍କ ଅସୁସ୍ଥତା ନେଇ ସାରା ରାଜ୍ୟରେ ଆଶୁ ଆରୋଗ୍ୟ କାମନା କରାଯାଉଛି। ଏହି ପରିପ୍ରେକ୍ଷୀ ରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ର ଚରମ୍ପା ର ପଥରଗଡିଆ ଜଗନ୍ନାଥ ମନ୍ଦିର ରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ମୁନିସିପାଲଟି ଚେୟାରମେନ ଗୁଲମୁଖୀ ହବିବ ବିକାଶ ଶ୍ରେଷ୍ଠା ଙ୍କ ନେତୃତ୍ୱରେ ରବିବାର ୫ ଟା ସମୟରେ ଶତାଧିକ ମହିଳା ଓ ପୁରୁଷ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଦାନ କରିଛନ୍ତି । ଏହାସହ ମାଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି । ଏଥି ସହିତ ଭଦ୍ରକ ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ । ମହିଳାମାନେ ହୁଳହୁଳି ପକାଇ ନବୀନଙ୍କ ପାଇଁ ପୂଜା କରିଥିଲେ । ଶୀଘ୍ର ନବୀନ ସୁସ୍ଥ ହୋଇ ପୁଣି ଓଡିଶାକୁ ଆସି ଲୋକଙ୍କ ସେବା ଜାରି ରଖନ୍ତୁ ବୋଲି ସେମାନେ କାମନା କରିଛନ୍ତି । ବହୁ କର୍ମୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *