ଶୀର୍ଷକ _ଆତ୍ମା


ରୀତାରାଣୀ ଦାଶ
ବାଲେଶ୍ୱର

ହିନ୍ଦୁ ଧର୍ମ ଶାସ୍ତ୍ରେ କଥିତ ହୁଅଇ
ଅଜନ୍ମା, ଅମର ଅନନ୍ତ ରୂପ
ମୃତ୍ୟୁ କେବେ ତାକୁ ସ୍ପର୍ଶ ନ କରଇ
ଆଧ୍ୟାତ୍ମିକ ଅଂଶ ଏହା ଅପୂର୍ବ |

ଶରୀର ଭିତରେ ଜୀବନ୍ତ ଅଟଇ
ଚେତନାର ଉତ୍ସ ଏ ଉପାଦାନ
ଆଭ୍ୟନ୍ତର ଅଂଶେ ପ୍ରତିନିଧିତ୍ୱରେ
ଶରୀର ମନଠୁ ସର୍ବଦା ଭିନ୍ନ |

ଆସେ ଯେବେ ଥରେ ଅସ୍ତିତ୍ବକୁ ଆତ୍ମା
ନାହିଁ କେବେ ତା ପରିବର୍ତ୍ତନ
ଶରୀର ନଷ୍ଟରେ ଆତ୍ମା ଥାଏ ସ୍ଥିର
ନିୟତିର ଏହି ଅଟେ ବିଧାନ |

ମନ ହେଉ ଅବା ଆତ୍ମାର ବାନ୍ଧବ
ଶତ୍ରୁ ସାଜି କେବେ ପାରେନା ରହି
ଦୃଢ଼ ସଂକଳ୍ପରେ ଶକ୍ତିଶାଳୀ ହେବେ
ଉନ୍ନତ କରିଲେ ଭାବନା ସେହି |

ପଞ୍ଚ ମହାଭୂତ ନୁହଇଁ ଯେ ଆତ୍ମା
ଶୁଦ୍ଧ ଚେତନାରେ ଆନନ୍ଦ ରୂପ
ପଞ୍ଚ ଇନ୍ଦ୍ରିୟର ନୁହେଁ ବଶବର୍ତ୍ତୀ
କୁ ପ୍ରବୃତ୍ତିର ନୁହେଁ ସ୍ୱରୂପ |

ଆତ୍ମା ନୈତିକତା ଉଜ୍ଜ୍ୱଳ ଆଲୋକେ
ରାତ୍ରିର ଛାୟାକୁ ଉଭେଇ ଦିଏ
ଆହ୍ୱାନର ଏକ ଅଦ୍ଭୁତ ସଂକେତ
ଘରକୁ ସୁପଥ କଢାଇ ନିଏ |

ବିରଳ ସମ୍ପତ୍ତି ମୂଲ୍ୟବାନ ରତ୍ନ
ଯାହାର ତୁଳନା ସଂସାରେ ନାହିଁ
ପଥ ପ୍ରଦର୍ଶକ ଘନ ଅନ୍ଧକାରେ
ସର୍ବୋତ୍ତମ ପଥେ ମାର୍ଗ ଦର୍ଶାଇ |

Leave a Reply

Your email address will not be published. Required fields are marked *