ଉତ୍ତରପାର୍ଶ୍ୱ ମଠରେ ଆଧ୍ୟାତ୍ମିକ କବିତା ଆସର ।
ତା ୩୦. ୦୩. ୨୦୨୬ ରିଖ , ସୋମବାର ସମୟ ପୂର୍ବାହ୍ଣ ୧୧ଘଟିକା ସମୟରେ ଶ୍ରୀକ୍ଷେତ୍ରର ଉତ୍ତରପାର୍ଶ୍ୱ ମଠ ପରିସରରେ ପୁରୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ ତରଫରୁ ଆଧ୍ୟାତ୍ମିକ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠାନର ସ୍ଥାୟୀ ସଭାପତି ସଦାଶିବ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ଉଦ୍ଘାଟକ ହିସାବରେ ମହନ୍ତ ନାରାୟଣ ରାମାନୁଜ ଦାସ, ମୁଖ୍ୟ ଅତିଥି ଭାବରେ ଡ଼କ୍ଟର ସୌଭାଗ୍ୟ କୁମାର ସାହୁ , ମୁଖ୍ୟବକ୍ତା ଭାବରେ ଅନାମ ଚନ୍ଦ୍ର ସାହୁ, ସମ୍ମାନନୀୟ ଅତିଥି ଭାବରେ ଡାକ୍ତର..ପ୍ରମିଲ୍ କୁମାର ନନ୍ଦ, ମଞ୍ଚାସୀନ ହୋଇଥିଲେ । ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଅନୁଷ୍ଠାନର ସମ୍ପାଦକ ଶିବ ସୁନ୍ଦର ମିଶ୍ର । ସାହିତ୍ୟ ବିଷୟରେ ଅତି ସୁନ୍ଦର ସାରଗର୍ଭକ ଆଲୋଚନା କରାଯାଇଥିଲା। ଏହି ଭବ୍ୟ ସମାରୋହରେ ବରିଷ୍ଠ କବୟିତ୍ରୀ ଆଶାଲତା ପ୍ରଧାନ, ଚାରୁଲତା ମିଶ୍ର ଓ ମୀରା ମହାନ୍ତିଙ୍କ ସଂଯୋଜନା କ୍ରମେ, ମହେଶ୍ୱର ଜେନା, ଅର୍ଜ୍ଜୁନ ପରାମ୍ ଗୁରୁ, ଅଶୋକ କୁମାର ମିଶ୍ର, କାଶୀନାଥ ଖୁଣ୍ଟିଆ, ଯୋଗେଶ୍ୱର ପ୍ରହରାଜ, ଯୋଗେନ୍ଦ୍ର ନାଥ ସାହୁ, ଅନନ୍ତ ପ୍ରଧାନ , ଅମୃତା ଦାଶ, ଦେବଦତ୍ତ ପ୍ରଧାନ, ଫୁଲରାଣୀ ପାଳ, ବୈକୁଣ୍ଠ ପ୍ରଧାନ, ରୋଜାଲିନ ପଣ୍ଡା, ଗଣେଶ୍ୱର ପ୍ରହରାଜ, ଭାଗିରଥି ମହାନ୍ତି ଓ ଅଭିମନ୍ୟୁ ରାୟଗୁରୁ ପ୍ରମୁଖ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ଧନ୍ୟବାଦ ଦେଇଥିଲେ କବି ସୁରେଶ ପଟ୍ଟନାୟକ ଓ ସଭାସାଙ୍ଗ କରିଥିଲେ ସଭାପତି ସଦାଶିବ ମିଶ୍ର ଶିବ ସୁନ୍ଦର ମିଶ୍ର ସମ୍ପାଦକ ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ l
