ରିପବ୍ଲିକ ରେକ୍ସେଲର ରନିଙ୍ଗ କଂପିଟିସନ ପକ୍ଷରୁ ଖେଳ ପ୍ରତିଯୋଗିତା ଅନୁଷ୍ଠିତ
Date-29/01/26*-ଜଗତସିଂହପୁର ସହର ବ୍ଲକ ଲହଙ୍ଗା ଠାରେ ରିପବ୍ଲିକ ରେକ୍ସେଲର ରନିଙ୍ଗ କଂପିଟିସନ ପକ୍ଷରୁ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏହି ସ୍ପୋର୍ଟସ କଂପିଟିସନ ରେ ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିଲେ । ଏହି ଅବସରରେ ଏକ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ଙ୍କ ସହିତ ଜିଲ୍ଲା ସଂଯୋଜକ ସୁମନ୍ତ କୁମାର ପାଳ ଓ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ତେବେ ଏହି ସ୍ପୋର୍ଟସ କଂପିଟିସନ ରେ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିବା ସହିତ ଆଗମୀ ଦିନରେ ଜଣେ ଜଣେ ଭଲ ଖେଳାଳି ହୋଇ ଜିଲ୍ଲା ତଥା ରାଜ୍ୟ ନା ରଖିବାକୁ ପ୍ରେରଣା ଦେଇଥିଲେ ।
