ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ ର ଛାତ୍ର ବିଶ୍ଵବିଦ୍ୟାଳୟ ରେ କୃତିତ୍ୱ ହାସଲ
ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ ର ଛାତ୍ର ବିଶ୍ଵବିଦ୍ୟାଳୟ ରେ କୃତିତ୍ୱ ହାସଲ ସୋରଡ଼ା () ଗଞ୍ଜାମ ଜିଲ୍ଲା ସୋରଡା ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ ର ଚଳିତ ୨୦୨୪-୨୫ ଶିକ୍ଷା ବର୍ଷ ର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ଆୟୋଜିତ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ ର ପ୍ରଥମ ବର୍ଷ ଛାତ୍ର ଆଲୋକ କୁମାର ନାୟକ ୭୦ କେଜି ବର୍ଗ ରେ ସାନୁ ବେହେରା ୬୦ କେଜି ବର୍ଗ ରେ ପ୍ରଥମ ସ୍ଥାନ ଅଧିକାର କରି ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ ର ଗୌରବ ବୃଦ୍ଧି କରିଛନ୍ତି l ଛାତ୍ର ଦ୍ବୟ ଙ୍କ ଅପୁର୍ବ ସଫଳତା ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ମହଲରେ ଆନନ୍ଦର ଲହରୀ ଖେଳାଇ ଦେଇଛି l

ଛାତ୍ର ଦ୍ବୟ ଙ୍କ ସଫଳତାରେ ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ପାଢି କୃତି ଛାତ୍ର ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ l ମହାବିଦ୍ୟାଳୟ ର କ୍ରୀଡା ସାଂସଦ ର ଉପସଭାପତି ଶ୍ରୀ ପ୍ରଦୀପ କୁମାର ସ୍ବାଇଁ ଏବଂ କ୍ରୀଡା ଶିକ୍ଷକ ତପନ କୁମାର ସାହୁ ତତ୍ତ୍ଵାବଧାନରେ ଏହି ସଫଳତା ମିଳିଥିବାରୁ ଅଧ୍ୟକ୍ଷ ଉଭୟ କର୍ମଚାରୀ ଙ୍କୁ ସାଧୁବାଦ୍ ଜଣାଇଛନ୍ତି।
