କ୍ରୀଡା ଦ୍ୱାରା ବିଦ୍ୟାର୍ଥୀ ସୁସ୍ଥ ଓ ଶୃଙ୍ଖଳିତ ହୋଇଥାନ୍ତି।

ରଘୁନାଥପୁର ତା୧୫/୯:- ରଘୁନାଥପୁର ମଣ୍ଡଳ ଶିକ୍ଷା ଅଧିକାରୀ ଅଧିନ ପୂରଣ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଶନିବାର ବ୍ଲକସ୍ତରୀୟ କ୍ରୀଡା ସଂଗଠନ ପକ୍ଷରୁ ପୂରଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।ଏହାକୁ ପୂରଣ ସରପଞ୍ଚ ଶିବରାମ ସାହୁ ଉଦଘାଟନ କରି ଛାତ୍ର, ଛାତ୍ରୀ କ୍ରୀଡା ଅଭ୍ୟାସ ଦ୍ୱାରା ସୁସ୍ଥ ଓ ନିରୋଗ ହେବା ସହିତ ଶୃଙ୍ଖଳାଜ୍ଞାନ ଲାଭ କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟ ବକ୍ତା ଭାବେ ପୂରଣ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଅଳ୍ପନା ନାୟକଯୋଗ ଦେଇ ପୌରହିତ କରିଥିବାବେଳେ କ୍ରୀଡା ସଂଗଠନର ସହ ସମ୍ପାଦକ ବିଷ୍ଣୁ ଚନ୍ଦ୍ର କର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ।ଏହି ଉଦଘାଟନ ଉତ୍ସବରେ କ୍ରୀଡା ସଂଗଠନର ସମ୍ପାଦକ ଶୁକଦେବ ଜେନା କ୍ରୀଡାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ବ୍ଲକସ୍ତରୀୟ ଭଲିବଲ , ହ୍ୟାଣ୍ଡବଲ କ୍ରୀଡା ପ୍ରତିଯୋଗିତାରେ ବ୍ଲକର ୨ଟି ଜୋନ ଯଥା:-ଇଷ୍ଟି ଜୋନରେ ସରକାରୀ ଉଚ୍ଚ ବିଦ୍ୟାଳୟ ବିଦ୍ୟାଧରପୁର ଓ ୱେଷ୍ଟଜୋନ ସରକାରୀ ଉଚ୍ଚ ବିଦ୍ୟାଳୟ ପୂରଣ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା।ଏହି ୨ଟି ଜୋନ ରୁ ୨୪ ଜଣ ପ୍ରତିଯୋଗୀଙ୍କୁ ନେଇ ପୂରଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ପ୍ରତିଯୋଗୀତା କରାଯାଇଥିଲା।ସେଥି ମଧ୍ୟରୁ ୮ ଜଣ କୃତି ପ୍ରତି ଯୋଗୀଙ୍କୁ ଜିଲ୍ଲାସ୍ତର କୁ ମନୋନୀତ କରାଗଲା କ୍ରୀଡା ଶିକ୍ଷକ, ଶିକ୍ଷୟତ୍ରୀ ଓ ଅମୂଲ୍ୟ ପାତ୍ର,ମାନସ କୁମାର ମହନ୍ତ, ଅବିନାଶ ମହାପାତ୍ର, ସ୍ମିତାଞ୍ଜଳି ବେହେରା, ନିହାରିକା ସ୍ୱାଇଁ , ସକୁନ୍ତଳା ସେଠୀ, ନମିତା ଖଣ୍ଡୁଆଳ, ରବିପ୍ରସାଦ ସ୍ୱାଇଁ, ନସିମୂଦ୍ଧିନ ଖାଁ, ରଜନୀକାନ୍ତ ମଲ୍ଲ, ପରେଶ ମହାପାତ୍ର, ବିଜୟ କୁମାର ନାୟକ, ଜଗାବଳିଆ ମିଶ୍ର, ତପନ କୁମାର ବାରିକ , ଭେନୁ ଗୋପାଳ ମିଶ୍ର, ନିର୍ମଳ ସାହୁ ପ୍ରମୁଖ ଏହି କ୍ରୀଡା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *