କ୍ରୀଡା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇ ୨୦୨୫ ଓ ୨୬ ବର୍ଷ ପାଇଁ ଚାଷୀ ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ଉଚ୍ଚ ଶିକ୍ଷା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଯୁବ ସେବା ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇ ୨୦୨୫ ଓ ୨୬ ବର୍ଷ ପାଇଁ ଚାଷୀ ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ମନ୍ତ୍ରୀଙ୍କ ସହିତ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା, ଓ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।ସୂଚନା ଯୋଗ୍ୟ ଆସନା ୨୦୨୬ ଜାନୁଆରୀ ୫ ତାରିଖ ରେ ଜିଲ୍ଲାରେ ଧାନ ମଣ୍ଡି ଶୁଭାରମ୍ଭ ହେବା ଅବସରରେ ଜିଲ୍ଲାର ସାତଟି ବ୍ଲକ ରେ ଆଗୁଆ ଏହି ସଚେତନତା ରଥ ପରିକ୍ରମା କରି ଚାଷୀ ମାନଙ୍କୁ ଅବଗତ କରିବ ବୋଲି ଜଣାପଡିଛି।ଜିଲ୍ଲାରେ ୧୦୫ ଟି ସେବା ସମବାୟ ସମିତି ଏବଂ ୫୦ ଟି ମହିଳା ପ୍ରିୟଂ ସହାୟକ ଗୋଷ୍ଟି ଙ୍କ ଠାରେ ଚାଷୀ ମାନେ ଧାନ ବିକ୍ରି ବଟା କରିବେ।

ଜିଲ୍ଲାରେ ୧୩ ଲକ୍ଷ୍ୟ ୩୦ ହଜାର କ୍ରିଣ୍ଟାଲ ଧାନ ଚାଷୀଙ୍କ ଠାରୁ କ୍ରୟ କରିବାର ଧାର୍ଯ୍ୟ ଲକ୍ଷ୍ୟ ରହି ଥ‌ିବା ବେଳେ ବର୍ତମାନ ସୁଦ୍ଧା ସମଗ୍ର ଭଦ୍ରକ ଜିଲ୍ଲାରେ ୯୬ ହଜାର ୨୩୨ ଜଣ ଚାଷୀ ପାଞ୍ଜି କୃତ ହୋଇ ଥିବା ବିଭାଗୀୟ ଅଧୂକାରୀ କହିଛନ୍ତି। ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ ସଚେତନତା ରଥ ଚାଷୀ ଙ୍କୁ ସଚେତନ କରିବା ସହ ଧାନ କ୍ରିଣ୍ଟାଲ ୩ ହଜାର ଶହେ ଟଙ୍କା ଇନ୍‌ ପୁଟ ସହ ଚାଷୀ ପାଇବା, ସରକାରଙ୍କ ଆଭିମୁଖ୍ୟ କଟିନି ଛ ଟ୍ ନି ବନ୍ଦ କରିବା ଏବଂ ଜଣେ ହେଲେ ଚାଷୀ ଧାନ ବିକ୍ରି ସମୟରେ କୌଣସି ଅସୁବିଧାରେ ସମ୍ମୁଖୀନ ନଅ ହେବାକୁ ଦିଆଯିବ ନାହିଁ ସୃଷ୍ଟ କରି ଥିଲେ।

Leave a Reply

Your email address will not be published. Required fields are marked *