ତିନିଦିନ ଧରି ବେଳାଭୂମି ଠାରେ କ୍ରୀଡା ଆୟୋଜନ

ପ୍ରବାସୀ ଭାରତୀୟ ସମ୍ମିଳନୀ ଉପଲକ୍ଷେ ପୁରୀ ବେଳାଭୂମି ଠାରେ ପୁରୀ ପ୍ରସାଶନିକ ଓ ପୁରୀ ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ତରଫରୁ ୦୮/୦୧/୨୦୨୫ ତାରିଖ ଠାରୁ ୧୦/୦୧/୨୦୨୫ ତାରିଖ ତିନିଦିନ ଧରି ବେଳାଭୂମି ଠାରେ କ୍ରୀଡା ଆୟୋଜନ କରାଯାଇଥିଲା। ଏହି କ୍ରୀଡା ଉତ୍ସବରେ ପୁରୀ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଭାଗ ନେଇ ପ୍ରତିଯୋଗିତା ଭିତିରେ ପୁରସ୍କାର ବିତରଣ କରାଯାଇଥିଲା। ଏହି କ୍ରୀଡା ଉତ୍ସବର ମୂଳ ଉଦ୍ଦେଶ୍ଯ ଥିଲା, ପର୍ଯ୍ୟଟକକୁଂ ଆକ୍ରୁଷ୍ଟ କରିବା ସହିତ ଖେଳାଳିମାନକଂ ମଧ୍ୟରେ ପ୍ରତିଯୋଗିତାର ଭାବ ସୃଷ୍ଟି କରିବା। ବେଳାଭୂମି ଉତ୍ସବର ଉଦଯାପନୀ ଦିବସରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୌଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଡି. ଆଇ. ସି. ର ଜେନେରାଲ ମ୍ୟାନେଜର ଅମୂଲ୍ୟରନ୍ତ ପଣ୍ଡା, କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ପ୍ରଶାସନର ଉପଦେଷ୍ଠା ଶିଦ୍ଧାର୍ଥ ରାୟ ଓ ନିତା ସ୍ପୋର୍ଟସ ଏକାଡେମୀର ସମ୍ପାଦକ

ଆଡଭୋକେଟ ସତ୍ୟବ୍ରତ ଷଡଙ୍ଗୀ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। କ୍ରୀଡାକୁ ପ୍ରତ୍ସାହନ କରିବା ନିମନ୍ତେ ପୁରୀ ପ୍ରସାଶନ ତରଫରୁ ନୌକା ଚାଳନା ପ୍ରତିଯୋଗିତାରେ ପ୍ରଥମସ୍ଥାନ ସାଗର ଗ୍ରୁପ, ଦ୍ୱିତୀୟ ସ୍ଥାନ ବୁଢୀ ମା’ ଓ ସାତ ଲହଡି ମଠ ତ୍ରୁତୀୟ ସ୍ଥାନ ଅଧିକାର କରିଥଲେ ଓ ପ୍ରସାଶନ ତରଫରୁ ୫୦୦୦/-, ୩୦୦୦/- ଓ ୨୦୦୦/- ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ଦଳ ଭାବରେ ନିତା ସ୍ପୋର୍ଟସ ଏକାଡେମୀ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା।ପ୍ରଶାସନ ତରଫରୁ ଉତ୍ତମ ଖେଳ ପରିଚାଳନା ପାଇଁ କୋଚ ଜିତେନ୍ଦ୍ର ବେହେରା, ଶେଫାଳି ପତି ଓ ଗାୟତ୍ରୀ ସେଠି ପୁରସ୍କୃତ ହୋଇଥିଲେ।ତିନିଦିନ ବ୍ୟାପି ହେଉଥିବା ଖେଳକୁ ପୁରୀ ଜିଲ୍ଲା କ୍ରୀଡା କାର୍ଯ୍ୟୀଳୟର କର୍ମକର୍ତ୍ତା ରାମଚନ୍ଦ୍ର ବେହେରା, କୁନା ବେହେରାb, ସୌମ୍ୟ ପୁଜାରୀ, ପ୍ରଭାତୀ ରାଭା, ମାନସ ଦାସ, ଞାନ ରଞନ ବେହେରା, ବନିତା ଦୀକ୍ଷିତ ଓ ପ୍ରଦୀପ କୁମାର ସାହୁ ସୂଚାରୁରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *