ଆଧ୍ୟାତ୍ମିକ ପରିବେଶ ରେ ଦୁଲୁକୁଛି ବ୍ରହ୍ମପୁର
ଆଧ୍ୟାତ୍ମିକ ପରିବେଶ ରେ ଦୁଲୁକୁଛି ବ୍ରହ୍ମପୁର।
ବ୍ରହ୍ମପୁର ୬/୪
ଗଞ୍ଜାମ ଜିଲ୍ଲା ର ବାର୍ଷିକ ଶ୍ରୀ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ଙ୍କ ଦଣ୍ଡନାଚ ।
ମା ଦଣ୍ଡକାଳୀ ଙ୍କ ପ୍ରଭା କୁ ସାଙ୍ଗରେ ଧରି ଦଣ୍ଡୁଆ (ମା ଙ୍କ ମାନସିକ ବ୍ରତ ଧାରୀ ଭକ୍ତ ) ଗଞ୍ଜାମ ଜିଲ୍ଲା ରେ ୨୧ ଦିନିଆ,୧୮ ଦିନିଆ,୧୩ ଦିନିଆ ଯାତ୍ରା ଆରମ୍ଭ ହୋଇଛି ଗୋଟିଏ ଗୋଟିଏ ଦଣ୍ଡ ନୃତ୍ୟ ଦଳ ରେ ୧୫୦ ରୁ ୧୦୦୦ ଭୁକ୍ତା ମାନସିକ ବ୍ରତ ଧାରଣ କରିଥାନ୍ତି ମା ଙ୍କ ପ୍ରଭା ଙ୍କୁ ସକାଳୁ ଧୂପ ଦେଇ ଦଣ୍ଡ ନାଚ ମାନସୀ

ଥିବା ଭକ୍ତ ଙ୍କ ଦାଣ୍ଡ ରେ କୁମ୍ଭ ଢାଳି ନିକଟସ୍ତ ମନ୍ଦିର ରେ ବିଶ୍ରାମ ନେଇ ମାର୍ଧ୍ୟାନ୍ନ ରେ ଧୂଳି ଦଣ୍ଡ ପରିବେଷଣ କରିଥାନ୍ତି ଖାଲି ପାଦ ରେ ଉଦୁଉଦିୟା ଖରାରେ ଧୂଳି ଦଣ୍ଡ ନୃତ୍ୟ ପରିବେଷଣ କରିଥାନ୍ତି କିନ୍ନର ମାନେ ମହିଳା ଙ୍କ ବେଶଧାରଣ କରି ଦର୍ଶକ ଙ୍କୁ ମା ଙ୍କ ସେବା ରେ ଯେଇଁ ସବୁ କାର୍ଯ୍ୟ ହେଉଛି ତାହା ନୃତ୍ୟ ମାଧ୍ୟରେ ବର୍ଣନା କରିଥାନ୍ତି ଏହା ପରେ ପାଣି ଦଣ୍ଡ ପୋଖରୀ ରେ ଝୁଣା ରେ ଅଗ୍ନି ଦଣ୍ଡ ଓ ରାତ୍ର ରେ ଦି ପ୍ରହର ରେ ଅନ୍ନ ଭୋଗ ଯାହା ଅକଟା,ଅବଟା,ମୁଗ ଡାଲି,ରେ ମା ଙ୍କୁ ସମର୍ପଣ କରି ଭୁକ୍ତା ମାନେ ମଧ୍ୟରାତ୍ର ରେ ପ୍ରସାଦ ସେବନ କରିଥାନ୍ତି ଏହା ପରେ ମାନସିକଧାରୀ ପ୍ରସାଦ ସେବନ କରିଥାନ୍ତି ରାତ୍ର ରେ ଝୁଣା ଓ ଅଗ୍ନି ଦଣ୍ଡ ରେ ମା ନାଚନ୍ତି ଓ ମନରଞ୍ଜନ ପାଇଁ ସାମାଜିକ ନାଟକ,ପୌରାଣିକ ନାଟକ ପରିବେଶଣ କରିଥାନ୍ତି।
ବ୍ରହ୍ମପୁର ରେ ୨୦ ରୁ ଉର୍ଦ୍ଧ ଦଣ୍ଡନାଚ ଦଳ ଥିବା ବେଳେ ନିକଟ ଗ୍ରାମ ରୁ ବହୁ ଦଣ୍ଡନାଚ ଦଳ ବ୍ରହ୍ମପୁର ରେ ସେମାନଙ୍କ ନାଚ ପରିବେଷଣ କରିଥାନ୍ତି,ବ୍ରହ୍ମପୁର ପାଣିଗ୍ରାହୀପେଣ୍ଠ ର ବହୁ ପୁରାତନ ଦଣ୍ଡ ନୃତ୍ୟ ରେ ଏହି ବର୍ଷ ୫୦୦ ଶହ ରୁ ଉର୍ଦ୍ଧ ଭୁକ୍ତା ମା ଙ୍କ ମାନସିକ ରେ ବ୍ରତ ଧାରଣ କରିଛନ୍ତି ବୋଲି ଭୁକ୍ତା ପ୍ରକାଶ କରିଥିଲେ ।
