ଖାରବେଳ ନଗରଠାରେ ସ୍ପାଏକରର ନୂତନ ଷ୍ଟୋର ଉଦ୍ଘାଟିତ
ଭୁବନେଶ୍ଵର : ଦେଶର ଅଗ୍ରଣୀ ଫ୍ୟାସନ ବ୍ରାଣ୍ଡ ଭାବେ ଜଣାଶୁଣା ସ୍ପାଏକରର ଏକ ନୂତନ ଏକ୍ସକ୍ଲୋସିଭ୍ ଷ୍ଟୋରଭୁବନେଶ୍ଵରର ଖାରବେଳ ନଗରସ୍ଥିତ ନରୁଲା କମ୍ପ୍ଲେକ୍ସଠାରେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେବିଶ୍ବଜିତ ମିଶ୍ର ଏବଂ ଅରିଜିତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ୬୫୦ ବର୍ଗ ଫୁଟ ବିଶିଷ୍ଟନୂତନ ଷ୍ଟୋରରେ ଯୁବ ପିଢୀଙ୍କୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଟି ସାର୍ଟ, ଶୀତ ପୋଷାକ, ପର୍ଫମ୍, ଏବଂୱାଲେଟ୍ ଆଦି ଉପକରଣ ଉପଲବ୍ଧ ରହିଛି । ଏହି ଅବସରରେ ଫ୍ରାଞ୍ଚାଇଜ୍ ମାଲିକ ନମନ ନରୁଲା ଏବଂ ସଞ୍ଜୟନରୁଲାଙ୍କ ସମେତ ସେମାନଙ୍କର ପରିବାରବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ସ୍ପାଏକରର ଏଏସ୍ ଏମ୍ ବିକି ଗୁପ୍ତାଯୋଗଦେଇଥିଲେ। ଏହି ଅବସରରେ ନରୁଲା ପରିବାରର ବନ୍ଧୁ ଓ ଶୁଭେଚ୍ଛୁ ମାନେ ଉପସ୍ଥିତ ଥିଲେ। ଏହି ଷ୍ଟୋରଟିଭୁବନେଶ୍ଵରର ୬ଷ୍ଠ ତମ ଏବଂ ଓଡିଶାର ୨୦ତମ ତମ ଷ୍ଟୋର ଅଟେ । ଭୁବନେଶ୍ୱରର ଏକ ବିଶିଷ୍ଟ ସ୍ଥାନ ତଥାଖାରବେଳ ନଗରଠାରେ ଏଭଳି ଏକ ଫ୍ୟାସନ୍ ଆଉଟ୍ଲେଟ୍ ଖୋଲାଯାଇଥିବାରୁ ଫ୍ରାଞ୍ଚାଇଜ୍ ମାଲିକମାନେ ବେଶଉତ୍ସାହ ପ୍ରକାଶ କରିଥିବା ସହ ସହରର ଗ୍ରାହକମାନଙ୍କୁ କିଣା କିଣିର ଏକ ନୂତନ ସ୍ଵାଦ ଚଖାଇବା

ଏହାର ମୂଳ ଲକ୍ଷ୍ୟଅଟେ ବୋଲି ସେମାନେ ପ୍ରକାଶ କହିଥିଲେ। ଏହି ନୂତନ ଷ୍ଟୋରଟି ସାରା ଦେଶରେ ନିଜର ଛାପ ଛାଡିବା ସହଯୁବପିଢୀମାନଙ୍କ ଫ୍ୟାସନ ସେନ୍ସ ସହ ଯୋଡି ହେବାର ପ୍ରତିବଦ୍ଧତାକୁ ସୁଦୃଢ କରିପାରିଛି । ଏଠାରେ ଉଲ୍ଲେଖଯୋଗ୍ୟଯେ, ୧୯୯୨ ମସିହାରେ ପ୍ରତିଷ୍ଠା ହୋଇଥିବା ସ୍ପାଏକରର ଏକ ପ୍ରମୁଖ ଫ୍ୟାସନ ବ୍ରାଣ୍ଡ ଯାହା ବିଭିନ୍ନ ପ୍ରକାରରଷ୍ଟାଇଲିସ୍, କଣ୍ଟେପରାରି ଡିଜାଇନ୍ ଏବଂ ଆସେସୋରିଜ୍ ସହ ଜଡିତ ରହି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟିକରିପାରିଛି ।
