ଶ୍ରାବଣ ମାସରେ ଶୈବପୀଠ ଚଳଚଞ୍ଚଳ

ଶ୍ରାବଣ ମାସରେ ଶୈବପୀଠ ଚଳଚଞ୍ଚଳ।
ଦରଶନ ଦିଅ ଆହେ ଚନ୍ଦ୍ରଶେଖର
ଶ୍ରାବଣ ମାସରେ କପିଳାସ ଚଳଚଞ୍ଚଳ।
ମିନତି ମୋହର ଘେନ ଭୋଳା ଶଙ୍କର
ଦେବ ଦେବ ମହାଦେବ ଚନ୍ଦ୍ରଶେଖର।
ଶ୍ରାବଣ ମାସରେ ଶୈବପୀଠ ଚଳଚଞ୍ଚଳ
ଦରଶନ ଦିଅ ପ୍ରଭୁ ବଡ ଠାକୁର।
ବୋଲବମ ଭକ୍ତଙ୍କର ମହା ଆନନ୍ଦ
ସତେକି ପୂର୍ଣ୍ଣିମା ତିଥେ ପୂର୍ଣିମା ଚାନ୍ଦ।
କିଏ କହେ ପ୍ରଭୁ ତୁମେ ପାର୍ବତୀ ବର
କିଏ ଡାକେ ତୁମକୁ ଯେ ରୁଦ୍ର ଶଙ୍କର।
ଶହେ ଆଠ ବେଲ ପତ୍ର ଚଢାନ୍ତି ଭକ୍ତ
ଦୁଦୁରା ଫୁଲେ ଶୋଭିତ ପାର୍ବତୀ ନାଥ।
ଭକତ ବତ୍ସଳ ତୁମେ ଭୋଳା ଶଙ୍କର
ଭକତ ଦୁଃଖ କୁ ତୁମେ ହରଣ କର।
କାଉଡ଼ିଆ ଭାଇ ମାନେ ମାନସିକ ରେ
ଜଳ ଲାଗି‌କରନ୍ତି ଯେ ପୀଠ ମଧ୍ୟରେ।
ବୋଲବମ ହରେ ହରେ ବମ ନାଦେ ଭକତ ଭିଡ଼
ସତେ ଅବା ଛଡାଇବ ଭକ୍ତ ଙ୍କ ଜାଡ।
ମୋ‌ ଉପରେ ଦୟା କର ଭୋଳା ଶଙ୍କର
ଦୋଷ ଥିଲେ କ୍ଷମା କର ଚନ୍ଦ୍ର ଶେଖର।
କପିଳାସ ପିଠ ଆଜି ଚଳଚଞ୍ଚଳ
ଦରଶନ ପାଇଁ ଭକ୍ତ କର୍ମ ତତ୍ପର।
ଭୋଗ ଲାଗି ପାଇଁ କେତେ ନିତି ନିୟମ
ପାଞ୍ଜିକାର ପାଞ୍ଜିକାରେ କରନ୍ତି କର୍ମ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *