ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଜେକେପୁରର ବାର୍ଷିକ ଉତ୍ସବ ଅନୁଷ୍ଠିତ
ରାୟଗଡା ୩୦-୧୨-୨୦୨୪ ଜେକେପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧୧ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଗୌରହରି ସାହୁ ସଭାପତିତ୍ବ କରିବାଥିବା ବେଳେ ଅନୁଷ୍ଠାନର ଅଧକ୍ଷ ଶ୍ରୀଯୁକ୍ତ ଆକାଶ ଗୌଡ଼ ବିବରଣୀ ପଠନ ସହ ମଞ୍ଚପରିଚଳନା କରିଥିଲେ । ଉତ୍ସବରେ ମୁଖ୍ୟଅତଥି ଭାବେ ଶ୍ରୀଯୁକ୍ତ ମନୋଜ କୁମାର ପାତ୍ର (ଜି. ଏମ ଆକାଉଣ୍ଟାଟ ଜେ.କେ କାଗଜକଳ) ନିଜ ଅଭିଭାଷଣରେ ଶ୍ରିଅରବିନ୍ଦଙ୍କ ଆଦର୍ଶଶିକ୍ଷାକୁ ଅନୁଷ୍ଠାନ ଦ୍ଵାରା ଛାତ୍ର ଛାତ୍ରୀମାନେ ପାଉଛନ୍ତି ଅନୁଷ୍ଠାନର ଗରିମା ଅତୁଳନୀୟ ଜନମାନସରେ ବହୁତ ପ୍ରଶଂସା ସାଉଁଟିପାରିଛି ।

ମୁଖ୍ୟବକ୍ତା ଶ୍ରୀଯୁକ୍ତ କୁଞ୍ଜ ବିହାରୀ ପ୍ରଧାନ( ବ୍ଲକ୍ ସଂଯୋଜକ ଶ୍ରିଅରବିନ୍ଦ ପାଠ ଚକ୍ର ,ରାୟଗଡ଼ା) ନିଜ ଅଭିଭାଷଣରେ ପୂର୍ଣ୍ଣାଙ୍ଗ ଶିକ୍ଷାନୂତନ ଶିକ୍ଷାନୀତି ୨୦୨୦ ରେ ଲାଗୁହେବାକୁ ଯାଉଛି ତାହାହିଁ ଦିବ୍ୟାତ୍ମା ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷାର ଚେତନା ବିଚାର ଥିଲା । ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ କେଦାରନାଥ ପଣ୍ଡା , ଶ୍ରୀଯୁକ୍ତ ଅଜିତ କୁମାର ପୃଷ୍ଟି , ସ୍ଵତନ୍ତ୍ର ଅତିଥି ଶ୍ରିଯୁକ୍ତ ନାଟ୍ୟ ନିର୍ଦ୍ଦେଶକ ଓ ନାଟ୍ୟକାର ଲକ୍ଷ୍ମୀ ନାରାୟଣ ଦଳପତିରାୟ (ସମ୍ପାଦକ ମନୋରଞ୍ଜନ କେନ୍ଦ୍ର ଜେ. କେ କାଗଜକାଳ ) ଯୋଗ ଦେଇଥିଲେ । ଏହି ଅବସରରେ ଶାରୀରିକ, ମାନସିକ , ସୃଜନଶୀଳ ବୃଦ୍ଧି ନିମନ୍ତେ ବିଭିନ୍ନ କ୍ରୀଡ଼ାରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ସଙ୍ଗୀତ ଚଉକି ,କବାଡି, ସଟ୍ ପୁଟ ,କାଚାଗୋଲି ଚାମଚ ,ସହ କବିତା ଆବୃତ୍ତି, ଲିଖନ ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ କରିଥିବା ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ବିଦ୍ୟାଳୟର ଅପା ଭାଇ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଶେଷରେ ଶିକ୍ଷାକେନ୍ଦ୍ରର ଶିକ୍ଷକ ଶ୍ରୀଯୁକ୍ତ ଗୌରୀଶଙ୍କର ଆଚରି ସମସ୍ତ ଅତିଥି ଓ ଅଭିଭାବକ ମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।ଅନୁଷ୍ଠାନର ସମ୍ପାଦକ ଶ୍ରୀ ବିଜୟ କୁମାର ନାୟକ ଓ କୋଷାଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ମହାରଣା ମଞ୍ଚାସୀନ ଥିଲେ ।
ରାୟଗଡାରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ।
