ଶ୍ରୀ ଅରବିନ୍ଦ ବାଣିଜ୍ୟ ପରିଷଦର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ରାୟଗଡ଼ା : ରାୟଗଡା ବ୍ଲକ ଅନ୍ତର୍ଗତ ଜେକେପୁରସ୍ଥିତ ଶ୍ରୀ ଅରବିନ୍ଦ ପାଠଚକ୍ର ପରିସରରେ ଜିଲ୍ଲା ସ୍ତରୀୟ ଶ୍ରୀ ଅରବିନ୍ଦ ବାଣିଜ୍ୟ ପରିଷଦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବକୁ ଢେଙ୍କାନାଳ ଦାଳଯୋଡ଼ି ଶ୍ରୀ ଅରବିନ୍ଦ ଆଶ୍ରମର ସଡ଼କ ଶ୍ରୀ ପ୍ରଭାତ ଭାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ରାୟଗଡା ଜିଲ୍ଲାର ଶ୍ରୀ ଅରବିନ୍ଦ ପାଠଚକ୍ରର ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ଶ୍ରୀ ସୁଦର୍ଶନ ପୃଷ୍ଟି , ଶ୍ରୀମତି ସଂଯୁକ୍ତା ମାଦଳା, ପ୍ରଦୀପ ପାଣିଗ୍ରାହୀ, କେଦାରନାଥ ପଣ୍ଡା ପ୍ରମୁଖ ସମ୍ମାନୀୟ ଅତିଥି ଭାବେଯୋଗ ଦେଇଥିଲେ । ଶ୍ରୀ ଅରବିନ୍ଦ ପାଠ ଚକ୍ର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ କୁମାର ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବାସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରାୟଗଡା ଜିଲ୍ଲାରୁ ବିଭିନ୍ନ ପାଠ ଚକ୍ରରୁ ୧୪୦ଜଣ ଅପା ଓ ଭାଇ ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ସେମାନଙ୍କ ଅନୁଭୁତି ବର୍ଣ୍ଣନା କରିଥିଲେ । ଜେକେପୁର ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିଚାଳନା କମିଟିର ସଭାପତି ଶ୍ରୀ ଗୌର ହରି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ସୁଶ୍ରୀ ମମତା ରାଣୀ ବେହେରା ଓ ସମସ୍ତ ଅପା, ଭାଇ ସହଯୋଗ କରିଥିଲେ । ରାୟଗଡାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *