ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଗିନାରିବନ୍ତ ଶ୍ରୀଅଦୈତ ଆଶ୍ରମ, ପୁରୀ ଠାରେ ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ମଙ୍ଗରାଜଙ୍କ ପୌରହିତ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଂପାଦକ ଡ.ଶଶିକାନ୍ତ ରଥ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସଭାପତି ଡ.ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ ବୈଦୀକ ମଙ୍ଗଳା ଚରଣ ପାଠ କରିଥିଲେ। ଚଳିତ ବର୍ଷ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀଗୁଣ୍ଡିଚା ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ଅବସରରେ ଅନ୍ନ ପ୍ରସାଦ ବିତରଣ ତଥା ଲେମ୍ବୁ, ଦହି ସର୍ବତ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିବା ଶତାଧିକ ସ୍ଵେଚ୍ଛାସେବୀ ମାନଙ୍କୁ ସେବା କାର୍ଯ୍ୟରେ ଅଧିକ ଆଗ୍ରହ ଜନ୍ମାଇବା ପାଇଁ ଅନୁଷ୍ଠାନର ସଭାପତି ଶ୍ରୀ ମଙ୍ଗରାଜ, ମାର୍ଗଦର୍ଶକ ବାବା ବ୍ରଜବନ୍ଧୁ ଦାସ, ଡ. ବଳରାମ ଦାଶ, ଶ୍ରୀଯୁକ୍ତ ଭରତ ଚନ୍ଦ୍ର ନାୟକ, ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ସୁଶ୍ରୀ ପୁଷ୍ପିତା ପଟ୍ଟନାୟକ, ଶ୍ରୀମତି ସଂଯୁକ୍ତା ମହାପାତ୍ର, ସମାଜ ସେବୀ ଶ୍ରୀଯୁକ୍ତ ବୀରନନ୍ତ ପଣ୍ଡା ପ୍ରଭୃତି ମାନପତ୍ର , ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରି ସ୍ଵେଛାସେବୀ ମାନଙ୍କୁ ସମ୍ମାନୀତ କରିଥିଲେ । ଶେଷରେ ଅନ୍ନପ୍ରସାଦ ଭୋଜନ ବ୍ୟବସ୍ଥା କରାଯାଇଥିଲା।
