ଜଗତସିଂହପୁର ଜିଲ୍ଲାରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ର ଶୁଭାରମ୍ଭ

*ଜଗତସିଂହପୁର ଜିଲ୍ଲାରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ର ଶୁଭାରମ୍ଭ
*ଉଦଘାଟନ କଲେ ବିଧାୟକ ଅମରେନ୍ଦ୍ର ଦାସ
*ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ହେଲା ଉଦଘାଟନ

ଜଗତସିଂହପୁର ଜିଲ୍ଲାରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ତେବେ ଜିଲ୍ଲାର 148 ଜଣ ବୟସ୍କ ନିରାକାର ବ୍ୟକ୍ତି ମାନଙ୍କୁ ପୁରୀ ଅଭିମୁଖେ ବସ ବାହାରିଛି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ, ପୋୖରାଧଖ୍ୟା ଅର୍ଚ୍ଚନା ସିଂ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି, ପୌର ନିର୍ବାହୀ ଅଧିକାରୀ ସୀମା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଆଜି ଜଗତସିଂହପୁର ଜିଲ୍ଲାର 148 ଜଣ ବରିଷ୍ଠ ନାଗରିକ ମାନେ ଜଗନ୍ନାଥ ଦର୍ଶନ ପାଇଁ ଯାଇଥିବା ବେଳେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇ ଛନ୍ତି ।

Leave a Reply

Your email address will not be published. Required fields are marked *